୧୮ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ଆମାଜନ
ଆମାଜନ ଚଳିତ ମାସରେ ୧୮ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ଯାଉଛି । ଗତ କିଛି ବର୍ଷରେ ଆମାଜନ ବଡ ସଂଖ୍ୟାରେ କର୍ମଚାରୀଙ୍କୁ ଭର୍ତ୍ତି କରିଥିଲା କିନ୍ତୁ ଏବେ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ କର୍ମଚାରୀଙ୍କୁ କମ୍ କରାଯାଉଛି । ଏହି ଛଟେଇ ଯୋଗୁଁ ଟିମ୍ ପ୍ରଭାବିତ ହେବ । ସବୁଠାରୁ ଅଧିକ କର୍ମଚାରୀ ଆମାଜନ ଷ୍ଟୋର ଏବଂ ପିପଲ, ଏକ୍ସପ୍ରିୟନ୍ସ ଏଣ୍ଡ ଟେକ୍ନୋଲୋଜି(PXT) ଟିମର ବୋଲି ଜଣାପଡିଛି ।
ଏହା ପୂର୍ବରୁ କମ୍ପାନୀ ଗତ କିଛି ବର୍ଷରେ ନଭେମ୍ବରରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଥିଲା । ଆମାଜନ ପାଖରେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୫ ଲକ୍ଷରୁ ଅଧିକ କର୍ମଚାରୀ ଥିଲେ । ଆମାଜନର ଏହି ନିଷ୍ପତ୍ତି ଫଳରେ କମ୍ପାନୀର ସେୟାରରେ ୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ତେବେ ପରେ ସେୟାର ପ୍ରାୟ ଫ୍ଲାଟରେ ବନ୍ଦ ହୋଇଛି ।
ଆମାଜନର ସିଇଓ କହିଛନ୍ତି କି ଯେଉଁ କର୍ମଚାରୀ ଏହି ଛଟେଇରେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର ପେମେଣ୍ଟ, ସ୍ୱାସ୍ଥ୍ୟ ବୀମା ସୁବିଧା ଏବଂ ଏକ୍ସଟର୍ନାଲ୍ ଜବ୍ ପ୍ଲେସମେଣ୍ଟ ସପୋର୍ଟ ଦିଆଯାଉଛି । ସେ ଏହା ମଧ୍ୟ କହିଛନ୍ତି କି ‘ଏହି ଛଟେଇରେ ପ୍ରଭାବିତ ଲୋକଙ୍କ ଯୋଗଦାନ ଯୋଗୁଁ ମୁଁ ବହୁତ କୃତଜ୍ଞ । ତେବେ ଯେଉଁମାନେ ଆମ ସହିତ ଯାତ୍ରା ଜାରି ରଖିବେ ସେମାନେ ପ୍ରତି ଦିନ ଆମ ଗ୍ରାହକଙ୍କ ଜୀବନକୁ ଉତ୍ତମ ଏବଂ ସହଜ କରିବେ ବୋଲି ମୁଁ ଆଶା କରୁଛି ।’
କହିରଖୁଛୁ ଏକ ରିପୋର୍ଟରେ କୁହାଯାଇଥିଲା କି କମ୍ପାନୀ ନିଜ କିଛି ଲାଭ ହେଉନଥିବା ୟୁନିଟ୍ସରେ କାମ କରୁଥିବା କର୍ମଚାରୀଙ୍କୁ ଅନ୍ୟ କେଉଁଠି ଚାକିରି ଖୋଜିବା ପାଇଁ କହିଥିଲା । କାରଣ କମ୍ପାନୀର ଅନେକ ପ୍ରୋଜେକ୍ଟ ବନ୍ଦ ବା ସସପେଣ୍ଡ ହେବାକୁ ଯାଉଛି । କମ୍ପାନୀ କାମ କରିବା ପାଇଁ ଅନେକ ୟୁନିଟରେ ରୋବୋଟ୍ ବ୍ୟବହାର ବୃଦ୍ଧି କରିବା ପାଇଁ ଯୋଜନା କରୁଛି । ଡେଲିଭର କରାଯାଉଥିବା ପ୍ରାୟ ତିନି ଚତୁର୍ଥାଂଶ ପ୍ୟାକେଟ୍ ପାଇଁ ଏବେ ରୋବଟିକ୍ ସିଷ୍ଟମର ସାହାଯ୍ୟ ନିଆଯାଉଛି । ତେବେ କମ୍ପାନୀ ଆଗାମୀ ୫ ବର୍ଷରେ ପ୍ୟାକେଜିଂରେ ୧୦୦ ପ୍ରତିଶତ ରୋବୋଟିକ୍ ସିଷ୍ଟମ ବ୍ୟବହାର କରିପାରେ ।