ଓଡିଶାରେ ପୁନରୁଜ୍ଜିବୀତ ହେବ ବିଏସଏନଏଲ

0

ଆଜି ଓଡ଼ିଶାରେ ଶୁଭାରମ୍ଭ ହୋଇଛି ୫ଜି ସେବା । ତେବେ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ମତବ୍ୟକ୍ତ କରିଛନ୍ତି । ନିଜ ଅଭିଭାଷଣରେ ସେ ଏକ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ପୁନରୁଜ୍ଜିବୀତ ହେବ ବିଏସଏନଏଲ । ଏଥିପାଇଁ ଖର୍ଚ୍ଚ ହେବ ୧ଲକ୍ଷ ୬୪ ହଜାର କୋଟି ଟଙ୍କା । ବିଏସଏନଏଲକୁ ପୁନରୁଜ୍ଜିବୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତା କରୁଛନ୍ତି ।

୨୦୧୪ରେ ଟେଲିକମ୍ ଡିପାର୍ଟମେଂଟ କଲ୍ ଡ୍ରପ ସାମ୍ନା କରୁଥିଲେ । ଗୋଟିଏ ମିନିଟ୍ ପ୍ରତି ଦାମ ୨୦ ଟଙ୍କା ଥିଲା । ଏବେ ଫ୍ରି । ଡାଟା ବିଜନେସ୍ ଚାଲିଛି । ୫ଜି ସ୍ପକ୍ଟ୍ରମ୍ ବିକିକି ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇପାରୁଛି । ବିଏସଏନଏଲ୍ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା ନିବେଶ ହୋଇଛି, ପୁର୍ନଜୀବିତ ହୋଇଛି । ଆଗାମୀ ବର୍ଷେ ଦେଢ ବର୍ଷ ଭିତରେ ପଞ୍ଚାୟତ ହେଡକ୍ୱାଟର ପର୍ଯ୍ୟନ୍ତ ଟାୱାର ଲାଗିବ । ଭାରତ ନେଟ୍ ଦ୍ୱାରା ୫୦ ହଜାର ଗାଁ, ସବୁ ସ୍କୁଲକୁ ହାଇ କାପାସିଟିର ଅପ୍ଟିକାଲ ଫାଇବର ଲାଗିଯିବ ।

ଧର୍ମେନ୍ଦ୍ର ପ୍ରଧାନ ଏହା ମଧ୍ୟ କହିଛନ୍ତି, ଇଣ୍ଟରନେଟ୍ ସେବା ଭଲ ହେଲେ ଆଗାମୀ ଦିନରେ ଦିଲ୍ଲୀରେ ରହି ଡାକ୍ତର ଅପରେସନ୍ ମଧ୍ୟ କରିପାରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସବୁଠୁ ଲାଭାନ୍ୱିତ ହେବ ୫ଜି ସେମା ଦ୍ୱାରା । ଇଣ୍ଟରନେଟ୍ କେବଳ ଗେମ୍ ଖେଳିବା ପାଇଁ ନୁହେଁ । ଇଣ୍ଟରନେଟ୍ ଏଜୁକେଶନ ପାଇଁ, ବ୍ୟବସାୟ ପାଇଁ, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏବଂ ଦେଶ ଓ ରାଜ୍ୟକୁ ବିଶ୍ୱ ସ୍ତରରେ ଏକ ପରିଚୟ ସୃଷ୍ଟି କରିବା ପାଇଁ ବଡ ଭୂମୀକା ଗ୍ରହଣ କରିବ ।

Leave a comment