ଆଜିଠୁ ଓଡିଶା ହେଲା 5G, ଆହୁରି ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍
ଓଡିଶା ହେଲା 5G। ଆଜିଠୁ ଓଡ଼ିଶାରେ ଶୁଭାରମ୍ଭ ହେଲା 5G ସେବା। ଭୁବନେଶ୍ୱର SOA କ୍ୟାମ୍ପସରୁ ଲଞ୍ଚ୍ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ପର୍ଯ୍ୟାୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେବ 5G ସେବା।
A momentous day for 21st century Odisha.
Today, 4.5 crore+ Odias are getting the gift of #5G. Inauguration of #5G services is a breakthrough that will usher in infinite possibilities, help realise PM @narendramodi’s vision of #Purvodaya & pave the way for a new era for Odisha. pic.twitter.com/yNjZcKcjjI
— Dharmendra Pradhan (@dpradhanbjp) January 5, 2023
ରିଲାଏନ୍ସ ଓ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ। 4G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍।
ଏହି ଅବସରରେ ରାଜ୍ୟର ଉପାନ୍ତ ଅଞ୍ଚଳ ପାଇଁ ଶହେଟି 4G ମୋବାଇଲ୍ ଟାୱାର ଅର୍ପଣ କରାଯାଇଛି। ଏହି ଟାୱାର ଗୁଡ଼ିକ ଗ୍ରାମାଞ୍ଚଳ, ନକ୍ସଲ ପ୍ରବଣ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ଆଗାମୀ ବର୍ଷକ ମଧ୍ୟରେ ଓଡ଼ିଶାରେ ୧୬୫୦ ଟାୱାର ବସିବ। ଏହି କାର୍ଯ୍ୟକ୍ରମରେ ଟେଲିକମ୍ ସହ ଜଡ଼ିଡ କିଛି ଷ୍ଟାର୍ଟଅପ୍ର ପ୍ରଦର୍ଶନୀ ମଧ୍ୟ କରାଯାଇଛି। ଏଥି ସହିତ ୪୦ଟି ଷ୍ଟାର୍ଟଅପ୍ କମ୍ପାନୀ ଯେଉଁମାନେ 5Gକୁ ନେଇ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ତାହା ପ୍ରଦର୍ଶିତ କରିବେ।
୫ ଓ ୬ ତାରିଖ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। 5G ଚାଲୁ ହେଲେ ଶିଳ୍ପ, କୃଷି, ଶିକ୍ଷା, ସ୍ଵାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ କ୍ଷେତ୍ରରେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗର ନୂଆ କୌଶଳର ପ୍ରୟୋଗ ସୃଷ୍ଟି ହୋଇପାରିବ।