ସ୍ବମ୍ବିଧାନ ବଞ୍ଚାଅ ଦାବିରେ ମମତାଙ୍କ ଧାରଣା, ସମର୍ଥନ ଜଣାଇଲେ ମହାମେଣ୍ଟର  ନେତୃବୃନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ଓ ପଶ୍ଚିମବଙ୍ଗର ରାଜ୍ୟ ସରକାର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଏହାର ରାଜନୈତିକ ପ୍ରଭାବ ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ଉପରେ ପଡ଼ିଛି । ଏଥିଯୋଗୁଁ କୋଲକତାରେ ରବିବାର ସନ୍ଧ୍ୟାରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି । ଯାହାକୁ ନେଇ ଏବେବି ସେଠାରେ ହାଇଡ୍ରାମା ଚାଲିଛି । ରୋଜ୍‌ଭ୍ୟାଲି ଏବଂ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ୫ ଜଣିଆ ଟିମ୍‌ ରବିବାର ସନ୍ଧ୍ୟାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଲୋଉଡନ୍‌ ଷ୍ଟ୍ରିଟ୍‌ସ୍ଥିତ ବାସଭବନରେ ପହଞ୍ଚଥିଲେ । ମାତ୍ର ସିବିଆଇ ଟିମକୁ ସ୍ଥାନୀୟ ପୋଲିସ ଅଟକ ରଖିଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ୫ ଅଧିକାରୀଙ୍କୁ ଛାଡ଼ିଦିଆଯାଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ‘ସ୍ବମ୍ବିଧାନ ବଞ୍ଚାଅ’ ଦାବିରେ ମେଟ୍ରୋ ଚ୍ୟାନେଲ ନିକଟରେ ଧାରଣାରେ ବସିଛନ୍ତି ।  ସିବିଆଇ ଅଫିସରମାନେ ରାଜୀବଙ୍କୁ ପ୍ରଶ୍ନ କରିବା ପୂର୍ବରୁ ଆବଶ୍ୟକ ଦସ୍ତାବିଜ ସେମାନଙ୍କ ପାଖରେ ଥିଲା କି ନାହିଁ ତାହା ଜାଣିବା ଲାଗି ଯାଞ୍ଚ କରିବା ପାଇଁ ସେମାନଙ୍କୁ ଥାନାକୁ ନିଆଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମମତା ରବିବାର ରାତିରୁ ଧାରଣାରେ ବସିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ମହାମେଣ୍ଟରେ ସାମିଲ ହୋଇଥିବା ଦଳର ହାଇକମାଣ୍ଡମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି ।

Leave a comment