ଏଣିକି ଅଲିଭ ରିଡଲେ କଇଁଛଙ୍କୁ ନଜର ରଖିବ ଡ୍ରୋନ

0

ଏସିଆ ମହାଦେଶର ଅନ୍ୟତମ ବୃହତମ ଆର୍ଦ୍ରଭୂମି ଭିତରକନିକା ଓ ଗହୀରମଥାରେ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ପାଇଁ ବ୍ୟବହାର ହେବ ଡ୍ରୋନ ।

ଏହା ଆର୍ଦ୍ରଭୂମି ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡ଼ି ଘେରି,ତଟକ୍ଷୟ ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ସହ ବନ୍ୟ ଓ ସାମୁଦ୍ରିକ ଜୀବଙ୍କୁ ନେଇ ରହିଥିବା ଉତ୍ସୁକତାର ପରିସମାପ୍ତି ଘଟିବ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ରାଜ୍ୟସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ପରେ ସ୍ଥାନୀୟ ପରିବେଶବିତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଜୈବ ବିବିଧତାରେ ଭରା ଭିତରକନିକା ସୁରକ୍ଷା ଦିଗରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସବୁ ମହଲରୁ ସ୍ବାଗତ ମଧ୍ୟ କରାଯାଇଛି ।

Leave a comment