ଅନୁଗୁଳବାସୀଙ୍କୁ ୧୮୦୫କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

0

ଅନୁଗୁଳ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଠିକ୍ ୧୦ଟା ୫୫ ମିନିଟରେ ତାଙ୍କ ହେଲିକପ୍ଟର ଷ୍ଟାଡିୟମ୍ ହେଲିପ୍ୟାଡରେ ଅବତରଣ କରିଥିଲା । ଜିଲ୍ଲାରେ ମୋଟ ୧୮୦୫ କୋଟି ଟଙ୍କାର ୧୫୪୧ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ।

ମିଶନ ଶକ୍ତି ମହିଳାମାନଙ୍କୁ ୨୪୨ କୋଟି ଟଙ୍କାର ଋଣ ବିତରଣ କରିଛନ୍ତି । କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ସାଂସଦ ମହେଶ ସାହୁଙ୍କ ସମେତ ଜିଲ୍ଳାର ସମସ୍ତ ବିଧାୟକ, ୫ଟି ସଚିବ, ବିଜେଡି ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ ।

ଉଦ୍‌ଘାଟିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆଠମଲ୍ଲିକ ବ୍ଲକର କୁଟେଶ୍ୱର ବୃହତ ଉଠା ଜଳସେଚନ ପ୍ରକଳ୍ପ (୬୦.୫୮ କୋଟି), ଅନୁଗୁଳରେ ନିର୍ମିତ ନୂତନ ବସ୍‌ ଟର୍ମିନାଲ୍‌(୪୧ କୋଟି), ଆଠମଲ୍ଲିକ କାଦପଡ଼ା ବୃହତ ଉଠା ଜଳସେଚନ ପ୍ରକଳ୍ପ(୩୯.୩୬ କୋଟି) ଓ କୁମ୍ଭିଆ ବୃହତ ଜଳସେଚନ ପ୍ରକଳ୍ପ(୩୪.୪୫ କୋଟି), ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ପ୍ରସୂତି ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା(୮.୫୨ କୋଟି), ତାଳଚେର ପୌରପାଳିକାରେ ନିର୍ମିତ ସିଟି ସର୍ଭେଲାନ୍ସ ସିଷ୍ଟମ(୭.୮୭ କୋଟି) ଏବଂ ହେଲଥ୍‌ ଓ ହେରିଟେଜ୍‌ କରିଡର(୪.୪୮ କୋଟି), କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମିତ କୋଠା(୨.୬୩ କୋଟି), ଆଠମଲ୍ଲିକ ଏନ୍‌ଏସିରେ ଅତ୍ୟାଧୁନିକ ପାର୍କ୍‌ (୦.୭୫ କୋଟି) ଓ ଅତ୍ୟାଧୁନିକ ଶ୍ମଶାନ(୦.୭୫ କୋଟି) ପ୍ରକଳ୍ପ ରହଛି ।

ସେହିପରି ଅନୁଗୁଳ ବ୍ଲକର ୩୪ଟି ପଞ୍ଚାୟତ ପାଇଁ ପାଇପ୍‌ ଯୋଗେ ବୃହତ ଜଳ ଯୋଗାଣ ପ୍ରକଳ୍ପ(୩୦୪.୧୨ କୋଟି), ତାଳଚେର ଖାଲପାଳ ନିକଟରେ ବ୍ରାହ୍ମଣୀ ନଦୀରେ କ୍ଷୁଦ୍ର ଜଳ ସଂରକ୍ଷଣ ପ୍ରକଳ୍ପର(୨୨୧ କୋଟି), ୫୩ ନମ୍ବର ଜାତୀୟ ରାଜପଥ ତାଳଚେରଠାରୁ ୧୪୯ ନମ୍ବର ଜାତୀୟ ରାଜପଥ ଖାଳପାଲକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ଉଚ୍ଚସ୍ତରୀୟ ସେତୁ(୧୧୦.୧୧ କୋଟି), ଅନୁଗୁଳ ବ୍ଲକର ୪ଟି ପଞ୍ଚାୟତ ଓ ବଅଁରପାଳ ବ୍ଲକର ୧୩ଟି ପଞ୍ଚାୟତ ପାଇଁ ପାଇପ୍‌ ଯୋଗେ ବୃହତ ଜଳ ଯୋଗାଣ ପ୍ରକଳ୍ପ(୧୦୮.୮୩ କୋଟି), ବଜ୍ରକୋଟ ବୃହତ ଉଠା ଜଳସେଚନ ପ୍ରକଳ୍ପ (୮୨.୫୪ କୋଟି), ଜିଲ୍ଲାର ୫୬୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ(୭୫.୯୧୬ କୋଟି), ରଞ୍ଜନା ବୃହତ ଉଠା ଜଳସେଚନ ପ୍ରକଳ୍ପ (୭୦.୨୩ କୋଟି), ତାଳଚେରଠାରେ ପୂର୍ଣ୍ଣାଙ୍ଗ ସଂସ୍ଥାନ ସୌଧ(୬୭.୧୦ କୋଟି), ପାଳଲହଡ଼ାର ସିଲିଙ୍ଗ୍‌ ଠାରୁ ତାଳପଦାକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ହାଇଲେଭଲ୍‌ ସେତୁ (୬୧.୯୮ କୋଟି), ଜିଲ୍ଲାର ୮ଟି କଲେଜର ରୂପାନ୍ତରୀକରଣ(୩୩ କୋଟି), କ୍ରୀଡ଼ା ଭବନର(୧୮.୯୧ କୋଟି), ତାଳଚେରଠାରେ ଷ୍ଟାଡିୟମ୍‌ (୧୪.୩୪ କୋଟି) ଓ ପାଳଲହଡ଼ା ସଦର ମହକୁମାରେ ଅତ୍ୟାଧୁନିକ ପାର୍କ୍‌ (୧.୫୦ କୋଟି) ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତିି।

Leave a comment