ଗୋବିନ୍ଦ ସାହୁଙ୍କୁ ସରକାରୀ ଦଳର ପ୍ରଭାବଶାଳୀ ନେତା ଓ ପୂର୍ବତନ ମନ୍ତ୍ରୀ ମାରିଦେଲେ କି?: କଂଗ୍ରେସ

0

ଭୁବନେଶ୍ୱର(ଓଡିଶା ଫାଷ୍ଟ) : ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଂଟାବାଞ୍ଜି ଉପକାରାଗାରରେ କିଭଳି ଆତ୍ମହତ୍ୟା କଲେ ଏବଂ ଏହା ଆତ୍ମହତ୍ୟା ନା ଏକ ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ବୋଲି ଆଜି କଂଟାବାଞ୍ଜିର ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ବହୁକିଛି ଅକୁହା ଓ ଲୁଚାଯାଇଥିବା ତଥ୍ୟକୁ ସଂପୂର୍ଣ୍ଣରୂପେ ଲୁଚାଇଦେବା ପାଇଁ ଏ ଷଡ଼ଯନ୍ତ୍ର ସରକାରୀ ଦଳର ପ୍ରଭାବଶାଳୀ ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ବହୁ କିଛି ଆଇଏସ, ଆଇପିଏସ ଅଫିସର ଏ ଷଡ଼ଯନ୍ତ୍ର ରଚନା କରିଥିଲେ କି ବୋଲି ଶ୍ରୀ ସାଲୁଜା ପ୍ରଶ୍ନ କରିଛନ୍ତି । ଜେଲ ପରିସର ଭିତରେ ସିସିଟିଭି କ୍ୟାମେରା ଲଗାଯାଇଅଛି । ଏପରିକି ପୋଲିସ କର୍ମଚାରୀମାନେ ମଧ୍ୟ କଏଦୀମାନଙ୍କୁ ଜଗି ରୁହନ୍ତି । କିନ୍ତୁ ଏତେ ବ୍ୟବସ୍ଥା ସତ୍ୱେ କିଭଳି ଗୋବିନ୍ଦ ସାହୁ ଏକ ଛଅଫୁଟ ଲମ୍ବ ରେଲିଂରେ ଗାମୁଛାରେ ଆତ୍ମହତ୍ୟା କଲେ । ଗୋବିନ୍ଦ ସାହୁ ମୃତ୍ୟୁର ପୂର୍ବଦିନ ରାତି ୧୧ଟା ପର୍ଯ୍ୟନ୍ତ ପରିବାରର ନିଜସ୍ତ୍ରୀ ଓ ପରିବାରବର୍ଗଙ୍କ ସହିତ କଥାବାର୍ତା ହୋଇଛନ୍ତି ବୋଲି ନିଜେ ତାଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି । ପ୍ରଶ୍ନ ଉଠୁଛି ରାତି ୧୧ଟା ବେଳେ ଗୋବିନ୍ଦ ସାହୁ କିଭଳି ଭାବରେ ମୋବାଇଲ ଫୋନରେ କଥାବାର୍ତା ହେଉଥିଲେ, ମୋବାଇଲ କିଏ ତାଙ୍କୁ ଯୋଗାଇ ଦେଇଥିଲା । କଂଟାବାଞ୍ଜି ଉପକାରାଗାରରେ ଅନ୍ୟ ବିଚାରଧିନ କଏଦିମାନେ ବେଲରେ ଆସିଲାପରେ ଶ୍ରୀ ସାଲୁଜାଙ୍କୁ କହିଛନ୍ତି ଗୋବିନ୍ଦ ସାହୁଙ୍କୁ ଜେଲ ଭିତରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ଯଦ୍ୱାରାକି ସେ ଏକ ବିଚାରଧିନ କଏଦି ଭାବେ ରହିବା ପରିବର୍ତେ ରାଜକୀୟ ଢ଼ଙ୍ଗରେ ରହୁଥିଲେ । ତାହାଲେ ତାଙ୍କର ପୁଣି କ’ଣ ଅସୁବିଧା ହେଲା ଏବଂ କିଏ ଅସୁବିଧା ସୃଷ୍ଟିକଲା ସିଏ ଆତ୍ମହତ୍ୟା କରିବାକୁ ଶ୍ରେୟ ମଣିଲେ । ପାରୋଲରେ ଯାଇଥିଲା ବେଳେ ସେତ ଆତ୍ମହତ୍ୟା କରିପାରିଥାନ୍ତେ । ସେ ଏବଂ ତାଙ୍କ ପରିବାରବର୍ଗ ଆଇନର ଆଶ୍ରୟ ନେଇ କେସକୁ ଲଢ଼ୁଥିଲେ । ୨୦ ଡିସେମ୍ବର ତାଙ୍କର କୋର୍ଟରେ ବେଲ ଶୁଣାଣି ଥିଲା । ଏପରିକି ତାଙ୍କର କେସ ଲଢ଼ୁଥିବା ଆଇନଜୀବି ଗଣମାଧ୍ୟମକୁ କହିଛନ୍ତି ଯେ ହାଇଦ୍ରାବାଦ ନେସନାଲ ଲାବ୍ରୋଟୋରୀରୁ ଯେଉଁ ଡିଏନଏ ରିପୋର୍ଟ ଆସିଛି ତାହା ମମିତା ମେହେରଙ୍କ ଡିଏନଏ ସହିତ ତାଙ୍କର ବାପା ମା’ଙ୍କ ଡିନଏ ସହିତ ମେଳ ଖାଉ ନାହିଁ । ଏହି ତଥ୍ୟ ଜଣାପଡ଼ିବା ପରେ ବୋଧହୁଏ ବିଜୁ ଜନତା ଦଳର ନେତୃବର୍ଗମାନେ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ବହୁ ବ୍ୟସ୍ତ ହୋଇପଡିଲେ କି ଯେ ମମିତା ମେହେର ମୃତ୍ୟୁର ସମସ୍ତ ତଥ୍ୟ ଲୋକ ଲୋଚନକୁ ଆସିଯିବ । ଏହାର ପରିମାଣ ବୋଧହୁଏ ଗୋବିନ୍ଦ ସାହୁଙ୍କୁ ଭୋଗିବାକୁ ପଡ଼ିଲା କି? ଏହି ଲଗାତାର କିଛି ବର୍ଷ ଧରି ଛବି ବର୍ଦ୍ଧନ ହତ୍ୟାକାଣ୍ଡ, ମାହାଙ୍ଗା ଡର୍ବଲ ମର୍ଡର ମୁଖ୍ୟ ଆସାମୀ ଏବଂ ମନ୍ତ୍ରୀ ସମୀର ଦାସଙ୍କ ଘଟଣାରେ ମୃତ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟା ଧାରାକୁ ସୂଚାଉଛି । ଯେଉଁମାନେ ମ୍ୟୁଖ୍ୟ ଅଭିଯୁକ୍ତ ବା ଅଭିଯୋଗକାରୀ, ବିଜୁଜନତା ଦଳର ନେତୃବୃନ୍ଦ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଉଛନ୍ତି । ଯଦ୍ୱାରା କି ଭବିଷ୍ୟତରେ ସେହି ନେତୃବୃନ୍ଦଙ୍କ ପ୍ରତି ଆଉକିଛି ପ୍ରଶ୍ନ ଉଠିବ ନାହିଁ ବା ଆଇନର ଜାଲରେ ଛନ୍ଦି ହେବେ ନାହିଁ । ମମିତା ମେହର ଘଟଣାରେ ସେତେବେଳର ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ମିଳି ସାରିଥିଲା । ଏପରିକି ବିଜୁ ଜନତା ଦଳର ବହୁ ତୁଙ୍ଗ ନେତୃବୃନ୍ଦ ଓ ମନ୍ତ୍ରୀମାନେ ଲଗାତାର ମହାଲିଙ୍ଗ କଲେଜକୁ ଯିବାର ପ୍ରମାଣ ମଧ୍ୟ ମିଳିଥିଲା । ଏପରିକି ଏମାନେ ସମସ୍ତେ ଗୋବିନ୍ଦ ସାହୁଙ୍କର ଅତି ନିଜସ୍ୱ ଥିଲେ । ଗୋବିନ୍ଦ ସାହୁଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ କାହିଁକି କଂଟାବାଞ୍ଜି ଜେଲର କର୍ମଚାରୀ ମାନଙ୍କୁ ବହୁଳ ଭାବରେ ଟ୍ରାନସପର କରାଯାଇଥିଲା । ନିଜେ ସମ୍ବଲପୁର ରେଞ୍ଜର ଡିଆଇଜି କଂଟାବାଞ୍ଜି ଜେଲକୁ ପରିଦର୍ଶନରେ ଯାଇଥିଲେ । ଯଦି ସେତବେଳେ ଏଭଳି କୌଣସି ଅସୁବିଧା ପରିଲକ୍ଷିତ କରିଥିଲେ ତାହାକୁ ସୁଧାରିଥିଲେ କି ।

ମୃତ୍ୟୁପରେ ତାଙ୍କ ପତ୍ନୀଙ୍କୁ କାହିଁକି ସନ୍ଧ୍ୟା ୫ଟା ପରେ ଖବର ଦିଆଗଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ନବୀନ ବାବୁଙ୍କ ଶାସନରେ ଉଭୟ ଅଭିଯୁକ୍ତ ଓ ମୃତକଙ୍କ ପରିବାର ସରକାରଙ୍କୁ ଗୁହାରି କରୁଛନ୍ତି ନ୍ୟାୟତାଙ୍କୁ ମିଳୁବୋଲି ତାହାହେଲେ ପ୍ରକୃତରେ ଅଭିଯୁକ୍ତ କିଏ?

ଏହି ସ୍ପର୍ଷକାତର ଘଟଣାର ଉଚ୍ଚ ନ୍ୟାୟଳୟର ଏକ ବିଚାରପତିଙ୍କ ପରିଚାଳନରେ ଏକ ଏସଆଇଟି ତଦନ୍ତ ବା ସିବିଆଇ ତଦନ୍ତ ହେଉ ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି ଉପସ୍ଥିତ ଥିଲେ ।

Leave a comment