ସମ୍ବଲପୁରରେ ୩୩୮ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ବିଜୁ ଯୁବ ବାହିନୀ ସମାବେଶରେ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୧୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ୩୩୮ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗ୍ରସ୍ତ ସମୟରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ସମ୍ମୁଖ ମହାନଦୀ ରିଭର ଫ୍ରଣ୍ଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ସେହିପରି ୨୦ କୋଟି ଟଙ୍କା ବିନିଯୋଗରେ ମାଳତୀଯୋର ସେତୁ ଓ ୧୦ କୋଟି ଟଙ୍କାରେ ବାଲିବନ୍ଧ ସେତୁ ନିର୍ମାଣ କରିବେ ରାଜ୍ୟ ସରକାର । ଏହାସହ ଜିଲ୍ଲା ସ୍କୁଲ ଠାରୁ ଆରମ୍ଭ କରି ନକ୍ସାପାଲୀ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ ୪୦ କୋଟି ଟଙ୍କା ଏବଂ ଦୁର୍ଗାପାଲୀ ଠାରୁ ଏନ.ଏଚ ପର୍ଯ୍ୟନ୍ତ ୧୫ କୋଟି ଟଙ୍କାରେ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ।

ସେହିପରି ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମରେ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଅନୁମୋଦନ କରିଥିବାବେଳେ ନେଲସନ୍ ମାଣ୍ଡେଲା ଛକରେ ୧୧୭.୭୨ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ଏକ ବୃହତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦ୍ୱାରା ଗୋଶାଳା, ଚାଉପୁର ଓ ଚିପିଲିମା ଭଳି ଅଞ୍ଚଳ ସମ୍ବଲପୁର ସହିତ ସିଧାସଳଖ ଯୋଡ଼ି ହେବ ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗ୍ରସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଅଟକ ରଖିଥିଲା । ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ବିରୋଧ ଆଶଙ୍କାରେ ଜୟନାରାୟଣଙ୍କୁ ନନ୍ଦପଡ଼ା ସ୍ଥିତ ବାସଭବନରୁ ପୋଲିସ ନେଇଯାଇଥିଲା ।

Leave a comment

You cannot copy content of this page