ଗୋପବନ୍ଧୁ ମେମୋରିଆଲ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛାତ୍ରଛାତ୍ରୀଙ୍କ ବାହ୍ୟ ଜ୍ଞାନର ବିକାଶ ପାଇଁ ପିପିଲି ଅଧିନସ୍ଥ ଦାଣ୍ଡ ମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ଉଚ୍ଚବିଦ୍ୟାଳୟ ପକ୍ଷରୁ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଅଶୋକ କୁମାର ସ୍ୱାଇଁଙ୍କ ତତ୍ୱାବଧାନ ଏବଂ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା । ସୁପର ମାର୍ଟ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବାସ୍ତବିକ ଜ୍ଞାନ ବିକାଶ ସହାୟକ ହୋଇଥିଲା । ପୁସ୍ତକରେ ପଢ଼ୁଥିବା ପାଠ ସହିତ ଏହାର ବାସ୍ତବ ଚିତ୍ର ଛାତ୍ରଛାତ୍ରୀଙ୍କୁ ଖୁବ ଉତ୍ସାହିତ କରିବା ସହ ସେମାନଙ୍କ ବାହ୍ୟ ଜ୍ଞାନର ବିକାଶ କରିଥିଲା ।
ଗୋପବନ୍ଧୁ ମେମୋରିଆଲ ବିଦ୍ୟାଳୟର ରିଟେଲ ଧନ୍ଦାମୂଳକ ଶିକ୍ଷୟିତ୍ରୀ ଇତିଶ୍ରୀ ମନ୍ଦାକିନୀ ନନ୍ଦ ଏବଂ ଶିକ୍ଷକ ଅଜିତ କୁମାର ପୁରିଙ୍କ ସହଯୋଗରେ ଡିସେମ୍ବର ୧୩ତାରିଖରେ ୧୦ମ ଏବଂ ୧୪ ତାରିଖରେ ୯ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୁପର ମାର୍ଟ ପରିଭ୍ରମଣ ପାଇଁ ନେଇଥିଲେ । ସେଠାରେ ମାର୍ଟ ମ୍ୟାନେଜର ଦିପୁନ କୁମାର ଜେନା ଏବଂ ଅନ୍ୟ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଗ୍ରାହକ ମାନଙ୍କୁ କିପରି ବିଭିନ୍ନ ସେବା ଯୋଗାଇ ଦିଆଯାଏ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।