ଦିଲ୍ଲୀରେ ପୁଣି ବର୍ବରତା; ଜଣେ ନାବାଳିକା ଉପରେ ଏସିଡ୍ ମାଡ କଲେ ୨ଯୁବକ, ସିସିଟିଭିରେ କାଏଦ ହେଲା ଭିଡିଓ, ଦେଖନ୍ତୁ
ଦିଲ୍ଲୀରେ ପୁଣି ବର୍ବରତା । ଦୁଇଜଣ ଯୁବକ ବାଇକରେ ଆସି ଯୁବତୀଙ୍କ ଉପରକୁ ଏସିଡ୍ ମାଡ କରିଛନ୍ତି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଘଟିଛି ଏହି ଘଟଣା ।
दिल्ली में लड़की पर तेज़ाब से हमला, घटना का CCTV वीडियो आया सामने | #BREAKING #AcidAttack #Delhi @Rajurajjee2 pic.twitter.com/qjw5hyr4z8
— Zee News (@ZeeNews) December 14, 2022
ଚାଲିଚାଲି ଯାଉଥିବାବେଳେ ଦୁର୍ବୃତ୍ତ ଆସି ଏସିଡ୍ ମାଡ କରିବାରୁ ୧୭ ବର୍ଷୀୟା ବାଳିକା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
୨ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଚିହ୍ନଟ କରିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ଜେରା କରିଛି ପୋଲିସ । ଏହି ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ଶ୍ୱାତୀ ମାଲିୱାଲ । ଏଯାଏଁ ଏସିଡ୍ ବିକ୍ରିକୁ କାହିଁକି ବନ୍ଦ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ୱାତୀ ।