ଏଲନ୍ ମସ୍କଙ୍କ ଘୋଷଣା; ଖୁବ ଶୀଘ୍ର ଶେଷ ହେବ ସମସ୍ତ ୟୁଜର୍ସଙ୍କୁ ବ୍ଲୁ ଟିକ୍

0

ଟ୍ୱିଟରରେ ଭେରିଫାଏଡ୍ ଆାକଉଣ୍ଟକୁ ପୂର୍ବରୁ ବ୍ଲୁ ଟିକ୍ ଦିଆଯାଉଥିଲା। ଏବେ କମ୍ପାନୀ ଏହାକୁ Twitter Blue ସବସ୍କ୍ରିପସନ୍ ଜରିଆରେ ହେଉଛି। ଏହାଛଡା ଗୋଲ୍ଡ ଓ ଗ୍ରେ ଟିକ୍ ମଧ୍ୟ ଦିଆଯାଉଛି। କମ୍ପାନୀର ଭେରିଫାଏଡ୍ ଆକାଉଣ୍ଟକୁ ଗୋଲ୍ଡେନ୍ କଲରର ଟିକ୍ ଦିଆଯାଉଛି। କିନ୍ତୁ ଟ୍ୱିଟର ମାଲିକ ଏଲନ୍ ମସ୍କଙ୍କ ନୂଆ ଘୋଷଣା ଲୋକଙ୍କୁ ଖୁବ୍ ଦୁଃଖିତ କରିପାରେ।

ଏଲନ୍ ମସ୍କଙ୍କ ଘୋଷଣା କରି କହିଛନ୍ତି, ସବୁ ଟ୍ୱିଟର ୟୁଜର୍ସଙ୍କୁ ବ୍ଲୁ ଟିକ୍ ଖୁବ୍ ଶୀଘ୍ର ଶେଷ ହୋଇଯିବ। ଏ ବିଷୟରେ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ନିକଟରେ ବ୍ଲୁ ସବସ୍କ୍ରିପସନ୍ ଫିଚର ପୁଣିଥରେ ଲଞ୍ଚ କରାଯାଇଥିଲା। ଏଭଳି ସ୍ଥିତିରେ ବ୍ଲୁ ଟିକ୍ ନେବା ପାଇଁ ୟୁଜର୍ସଙ୍କୁ ପେମେଣ୍ଟ କରିବାକୁ ହେବ।

ପୂର୍ବରୁ ଟ୍ୱିଟରରେ ବ୍ଲୁ ଟିକ୍ କେବଳ ସାମ୍ବାଦିକ, ରାଜନେତା, ସେଲିବ୍ରିଟି ଓ ଅନ୍ୟ ଲୋକଙ୍କୁ ଦିଆଯାଉଥିଲା। ଏବେ ପୂର୍ବରୁ ଭେରିଫାଏଡ୍ ସବୁ ଆକାଉଣ୍ଟର ବ୍ଲୁ ଟିକ୍ ହଟିଯିବ। ଏକ ଟ୍ୱିଟକୁ ରିପ୍ଲାଏ କରି ସେ ଲେଖିଛନ୍ତି, କିଛି ମାସରେ ସବୁ ଲିଗେସି ବ୍ଲୁ ଟିକ୍କୁ ହଟାଇ ଦିଆଯିବ। ସହଜ ଶବ୍ଦରେ ଯଦି କୁହାଯାଏ ତେବେ ଯେତେ ଲୋକଙ୍କ ପାଖରେ ବ୍ଲୁ ଟିକ୍ ରହିଥିଲା ତାହା ଲିଗେସି ହୋଇଯାଇଛି। ଅର୍ଥାତ ସେହି ଆକାଉଣ୍ଟ ପୂର୍ବରୁ ଭେରିଫାଏଡ୍ ଥିଲା, କିନ୍ତୁ ଏବେ ସେ ଆଉ ଭେରିଫାଏଡ୍ ନାହିଁ। ଏହି କାରଣରୁ ଆଗାମୀ ସମୟରେ ବ୍ଲୁ ଟିକ୍ ମଧ୍ୟ ତାଙ୍କ ନାଁ ଆଗରୁ ହଟିଯିବ।

ଏଲନ୍ ମସ୍କ କହିଛନ୍ତି, ଏହି ଲୋକଙ୍କୁ ବ୍ଲୁ ଟିକ୍ ଭୁଲ ଭାବରେ ଦିଆଯାଇଥିଲା। ଏବେ ୪ ଲକ୍ଷରୁ ଅଧିକ ଟ୍ୱିଟର ଆକାଉଣ୍ଟ ପାଖରେ ବ୍ଲୁ ଚେକ୍ ମାର୍କ ରହିଛି। ଏହି ଭେରିଫିକେସନ୍ ମାର୍କ କହୁଛି ଯେ, ଆକାଉଣ୍ଟ ଅଥେନଟିକ୍ ଅଟେ ଓ ସଠିକ ସୂଚନା ଦେବ। ମସ୍କ କହିଛନ୍ତି, ନୂଆ ସବସ୍କ୍ରିପସନ୍ ସର୍ଭିସ ଇଣ୍ଡିଭିଜୁଆଲ୍ସକୁ ସୋସିଆଲ ଷ୍ଟାଟସ୍ରୁ ଅଲଗା ବ୍ଲୁ ଟିକ୍ ଦିଆଯିବ। ଯଦି ସେମାନେ ଏଥିପାଇଁ ପେମେଣ୍ଟ କରନ୍ତି, ତେବେ ତାଙ୍କୁ ବ୍ଲୁ ଟିକ୍ ଦିଆଯିବ। କିଛି ସମୟ ପୂର୍ବରୁ ମଧ୍ୟ କମ୍ପାନୀ ଏହି ଫିଚର ଜାତରି କରିଥିଲା, କିନ୍ତୁ କିଛି ଭୁଲ ଆକାଉଣ୍ଟକୁ ବ୍ଳୁ ଟିକ୍ ମିଳି ଯାଇଥିଲା। ଏହାପରେ ସେମାନେ ଫେକ୍ ଖବର ପ୍ରସାରିତ କରିବା ଆରମ୍ଭ କରିଥିଲେ। ଏହାର ପ୍ରବଳ କ୍ଷତି ଅରିଜନାଲ କମ୍ପାନୀକୁ ସହିବାକୁ ପଡିବ।

ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ସହିତ ୟୁଜରଙ୍କୁ ବହୁ ନୂଆ ଫିଚର୍ସ ଦିଆଯାଉଛି। ଟ୍ୱିଟର ବ୍ଲୁ ପାଇଁ ୟୁଜର୍ସ ବର୍ତ୍ତମାନ ଆଇଓଏସ୍ କିମ୍ବା ଓ୍ବେବରୁ ସାଇନ୍ ଅପ୍ କରି ପାରନ୍ତି। witter Blue ସବସ୍କ୍ରାଇବ୍କୁ ଏଡିଟ୍ ଟ୍ୱିଟ,୧୦୮୦ ପିକ୍ସେଲ ଭିଡିଓ ଅପଲୋଡ୍, ରିଡର ମୋଡ୍, କମ୍ ଆଡସ୍ ଓ ଅନ୍ୟ ଫିଚର୍ସ ଦିଆଯାଇଛି। ଟ୍ୱିଟର ବ୍ଲୁ ପାଇଁ କମ୍ପାନୀ ୮ ଡଲାର ପ୍ରତି ମାସ ଚାର୍ଜ ରଖିଛି। ତେବେ ଆପଲ ୟୁଜର୍ସଙ୍କ ପାଇଁ ଏହି ଚାର୍ଜ ୧୧ ଡଲାର ପ୍ରତି ମାସ ରହିଛି। ଭାରତରେ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଚାର୍ଜର ଘୋଷଣା କରାଯାଇ ନାହିଁ।

Leave a comment