ଏଣିକି କୌଣସି ବି ଷ୍ଟେସନରୁ ଟ୍ରେନ ଧରି ଯାତ୍ରା କରିପାରିବେ ଯାତ୍ରୀ, ଦେବାକୁ ପଡ଼ିବନି କୌଣସି ଜରିମାନା
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଆପଣ କୌଣସି ବି ଷ୍ଟେସନରୁ ଟ୍ରେନ ଧରି ଯାତ୍ରା କରିପାରିବେ। ଏଥିପାଇଁ ବିଭାଗ ଆପଣଙ୍କ ଠାରୁ କିଛି ବି ଜରିମାନା ଆଦାୟ କରିବ ନାହିଁ। କଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆଜି ଜାଣନ୍ତୁ IRCTC ର ନୂଆ ନିୟମ ସମ୍ପର୍କରେ…
ଏବେ ଆପଣ ମୂଳ ରେଲେଓ୍ଵ ଷ୍ଟେସନ ବଦଳାଇ କୌଣସି ଅନ୍ୟ ଷ୍ଟେସନରୁ ଟ୍ରେନ ଧରି ପାରିବେ। ଏଥିପାଇଁ ରେଲେଓ୍ଵ ଆପଣଙ୍କ ଠାରୁ କିଛି ବି ଜରିମାନା ଆଦାୟ କରିବ ନାହିଁ। ବୋର୍ଡିଙ୍ଗ୍ ଷ୍ଟେଶନ ବଦଳାଇବା ପାଇଁ ଆପଣଙ୍କୁ ନିଜ ଟିକେଟରେ ପରିବର୍ତ୍ତନ କରେଇବାକୁ ପଡ଼ିବ, ନଚେତ୍ ଆପଣଙ୍କ ଉପରେ ଫାଇନ୍ ଲାଗି ଯାଇପାରେ।
ଅନେକ ବାର ହଠାତ୍ ବୋର୍ଡିଙ୍ଗ୍ ଷ୍ଟେଶନ ବଦଳାଇବାର ଆବଶ୍ୟକତା ପଡ଼ିଥାଏ। ଯେମିତି କି, ବୋର୍ଡିଙ୍ଗ୍ ଷ୍ଟେଶନ ଯାତ୍ରୀ ପହଞ୍ଚିବାର ବହୁ ଦୂରରେ ଥିବା କାରଣରୁ ଟ୍ରେନ ଛାଡ଼ିଯିବାର ଭୟ ରହିଥାଏ। ଏଥିପାଇଁ ଯଦି ଟ୍ରେନ, ଯାତ୍ରୀ ପହଞ୍ଚି ପାରୁଥିବା ପାଖ ଷ୍ଟେଶନରେ ଅଟକିବ, ତ ଏମିତି ସ୍ଥିତିରେ ଯାତ୍ରୀମାନେ ନିଜର ବୋର୍ଡିଙ୍ଗ୍ ଷ୍ଟେଶନକୁ ସଂଶୋଧନ କରି ପାରିବେ।
IRCTC ଯାତ୍ରୀମାନଙ୍କର ଏହି ଆବଶ୍ୟକତାକୁ ଧ୍ୟାନରେ ରଖି ବୋର୍ଡିଙ୍ଗ୍ ଷ୍ଟେସନ ବଦଳାଇବାର ସୁବିଧା ଆଣିଛି। IRCTCର ଏହି ସୁବିଧା ସେହି ଯାତ୍ରୀମାନଙ୍କ ପାଇଁ ରହିଛି, ଯେଉଁମାନେ ଟ୍ରେନ ଟିକେଟ ବୁକିଂ ଅନଲାଇନ ଜରିଆରେ କରୁଛନ୍ତି। ଟ୍ରାଭେଲ ଏଜେଣ୍ଟସ୍ଙ୍କ ଜରିଆରେ ଏବଂ ପ୍ୟାସେଞ୍ଜର ରିଜର୍ଭେଶନ ସିଷ୍ଟମ ଜରିଆରେ ଟିକେଟ ବୁକ୍ କରୁଥିବା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ନାହିଁ। ଏହା ବ୍ୟତୀତ ବୋର୍ଡିଙ୍ଗ୍ ଷ୍ଟେଶନରେ ପରିବର୍ତ୍ତନ VIKALP ଅପଶନର PNRsରେ କରାଯାଇ ପାରିବ ନାହିଁ। ସୂଚନାଥାଉ କି, ଯେଉଁ ବି ଯାତ୍ରୀ ନିଜ ବୋର୍ଡିଙ୍ଗ୍ ଷ୍ଟେଶନ ବଦଳାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ଟ୍ରେନ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଅନଲାଇନ ପରିବର୍ତ୍ତନ କରିବାକୁ ହେବ। ଏହାକୁ କେବଳ ଥରେ ହିଁ ବଦଳାଇ ଯାଇ ପାରିବ।
ଏହା ହେଉଛି ବୋର୍ଡିଙ୍ଗ୍ ଷ୍ଟେସନ ବଦଳାଇବାର ସହଜ ତରିକା
୧. ପ୍ରଥମେ ଆପଣ IRCTCର ଅଫିସିଆଲ େଓ୍ଵବ୍ସାଇଟ https://www.irctc.co.in/nget/train-searchକୁ ଯାଆନ୍ତୁ।
୨. ଲଗ୍-ଇନ ଏବଂ ପାସ୍ଓ୍ଵାର୍ଡ ଦିଅନ୍ତୁ। ପୁଣି ‘Booking Ticket History’କୁ ଯାଆନ୍ତୁ।
୩. ନିଜର ଟ୍ରେନ ସିଲେକ୍ଟ କରନ୍ତୁ ଏବଂ ‘change boarding point’କୁ ଯାଆନ୍ତୁ।
୪. ଏବେ ଏକ ନୂଆ ପେଜ୍ ଖୋଲିବ। ଡ୍ରପ୍ ଡାଉନରେ ସେହି ଟ୍ରେନ ପାଇଁ ନୂଆ ବୋର୍ଡିଙ୍ଗ୍ ଷ୍ଟେସନ ବାଛନ୍ତୁ।
୫. ନୂଆ ଷ୍ଟେସନ ବାଛିବା ପରେ ସିଷ୍ଟମ କନ୍ଫର୍ମେଶନ ମାଗିବ। ଏବେ ଆପଣ ‘OK’ ଉପରେ କ୍ଲିକ୍ କରନ୍ତୁ।
୬. ବୋର୍ଡିଙ୍ଗ୍ ଷ୍ଟେସନ ବଦଳାଇବାର ଏକ SMS ଆପଣଙ୍କ ମୋବାଇଲକୁ ଆସିବ।