ସମୟ ପୂର୍ବରୁ ହେବ କି ନିର୍ବାଚନ? କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଇଶାରାରେ ରାଜନୀତି ହେଲା ସରଗରମ
୨୦୨୪ ପୂର୍ବରୁ ହେବକି ନିର୍ବାଚନ? କଥା କଥାରେ ଆଗୁଆ ନିର୍ବାଚନ କଥା ପକାଇ ବର୍ତ୍ତମାନ ରାଜନୈତିକ ପରିବେଶକୁ ସରଗରମ କରିଛି । ପଦ୍ମପୁର ପ୍ରଚାରରେ ବିଜେପିର ୫କେନ୍ଦ୍ର ନେତା ହାଇଭୋଲ୍ଟେଜ ପ୍ରଚାର କରିଥିଲେ ମଧ୍ୟ ନବୀନଙ୍କ ଏକାକୀ ପ୍ରଚାର ଉପରେ ଏହାର ଫଳ ଶୂନ୍ୟ ହୋଇଛି । ଯାହା ପାଇଁ ଆଜି ବିଜେଡି ପୁଣି ଥରେ ପଦ୍ମପୁର ଆସନରେ ବିଜୟ ହୋଇପାରିଛି ।
ତେବେ ପଦ୍ମପୁର ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରୟା ରଖିଥିଲେ । ସେ କହିଛନ୍ତି ଯେ ଆମେ ଆମର ପରାଜୟ ସ୍ୱୀକାର କରିବା ସହିତ ଜନାଦେଶକୁ ମଧ୍ୟ ସ୍ୱୀକାର କରୁଛୁ । ଆମେ ଜିତିବୁ ବୋଲି ଯେଉଁ ଆଶା କରିଥିଲୁ ତାହା ବାସ୍ତବିକ ରୂପ ନେଲା ନାହିଁ । କିନ୍ତୁ ଆମେ ୭୮ହଜାର ଭୋଟ ପାଇଛୁ । ଆମେ ପ୍ରମୁଖ ବିରୋଧୀ ଦଳ ଅଟୁ ଆଉ ଆମେ ଲଢ଼ିଛୁ ମଧ୍ୟ ।
ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମକୁ ଯେଉଁ ଭୋଟ ମିଳିଛି ସେଥିରେ ମହିଳାଙ୍କ ଭୋଟ ମଧ୍ୟ ଅଛି।ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ଆଉ ସଶକ୍ତିକରଣ କଥା କହୁଛନ୍ତିି କିନ୍ତୁ ସେ ଭୁଲି ଯାଉଛନ୍ତି ରାଜ୍ୟରେ ଏବେ ନାରୀ ଉପରେ ଅତ୍ୟଚାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ମହିଳାମାନଙ୍କୁ କିପରି ସଶକ୍ତ କରାଯାଇପାରିବ ତାହାକୁ ନେଇ ପ୍ରଧାନମନ୍ତ୍ରୀ ସର୍ବଦା ତାଙ୍କର ପ୍ରଚେଷ୍ଟା ଚଳାଇଛନ୍ତି କିନ୍ତୁ ରାଜ୍ୟ ସରକାର ସେଭଳି କିଛି କରୁ ନାହାନ୍ତି ।
ଏହା ସହିତ ନିର୍ବାଚନର ବିଗୁଲ ଚଳିତ ଥର ଆଗୁଆ ବାଜି ପାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ମୁଖ୍ୟତଃ ଦେଖିବାକୁ ଗଲେ ଲୋକସଭା ନିର୍ବାଚନ ସମୟରେ ଓଡିଶାର ବିଧାନ ସଭା ନିର୍ବାଚନ ହୋଇଥାଏ । ତେବେ ଏହା ପଛରେ ମଧ୍ୟ ଶାସକ ଦଳର ଷ୍ଟାଟେଜି ରହିଛି । ଏହାର ଫାଇଦା ମଧ୍ୟ ଶାସକ ଦଳ ଉଠାଇ ଆସୁଛି । କାରଣ ସମାନ ସମୟରେ ନିର୍ବାଚନ ହେବା ଦ୍ୱାରା କେନ୍ଦ୍ର ମନ୍ତ୍ରୀ ମାନେ ଲୋକସଭା ନିର୍ବାଚନରେ ମସଗୁଲ ରହିବେ ଆଉ ରାଜ୍ୟ ଉପରେ ସେତେଟା ଜୋର ରହିବନି । ସେଥିପାଇଁ ଏକା ସମୟରେ ନିର୍ବାଚନ କରବାକୁ ସର୍ବଦା ଶାସକ ଦଳ (ବିଜେଡି) ପ୍ରସ୍ତୁତ ରହିଥାଏ । ତେବେ ଯଦି ଚଳିତ ଥର ନିର୍ବାଚନ ୨୦୨୪ରେ ନହୋଇ ୨୦୨୩ ଅନୁଷ୍ଠିତ ହୁଏ ତେବେ ଏହି ସମାନ ପଥରେ ଓଡିଶା ମଧ୍ୟ ଯାଇ ପାରେ । କାରଣ ଅଲଗା ରାଜ୍ୟ ଯଥା ହିମାଚଳ ପ୍ରଦେଶ, ଗୁଜରାଟ ଭଳି ଓଡିଶା ଅଲଗା ସମୟରେ ବିଧାନସଭା କରି ନଥାଏ । ମୁଖ୍ୟତଃ ସେ ଲୋକସଭା ନିର୍ବାଚନ ସହିତ ତାର ବିଧାନସଭା ନିର୍ବାଚନ କରିଥାଏ । ଆଉ ଯଦି ମୋଦୀ ସରକାର ୨୦୨୪ ପରିବର୍ତ୍ତେ ୨୦୨୩ରେ ନିର୍ବାଚନ କରନ୍ତି ତେବେ ଓଡିଶାରେ ମଧ୍ୟ ନିର୍ବାଚନ ଶୀଘ୍ର ହୋଇପାରେ ବୋଲି ଆଶା କରାଯାଉଛି ।