ପିତା-ମାତାମାନେ ଏହି କଥାକୁ ଧ୍ୟାନ ଦେଲେ, ପିଲାମାନେ ଜୀବନରେ ସଫଳତାର ଶିଡ଼ି ଚଢିବା ସହ ଉତ୍ତମ ସ୍ୱଭାବର ହୋଇଥାନ୍ତି
ପିଲାଙ୍କୁ ପାଳନ ପୋଷଣ କରିବା ମା’-ବାପା ଙ୍କ ପାଇଁ ଗୋଟିଏ ଗୁରୁ ଦାୟିତ୍ଵ ଅଟେ । ସେମାନଙ୍କୁ ଗୋଟିଏ ଭଲ ଜୀବନ ଦେବା ପାଇଁ ପିତାମାତା ଦିନରାତି ମାତା ପିତା ଦିନରାତି ଏକାଠି କରି ଦିଅନ୍ତି । ସେ ପିଲା ମାନଙ୍କ ର ସମସ୍ତ ଇଚ୍ଛାକୁ ପୁରଣ କରି ଥାଆନ୍ତି । କିନ୍ତୁ ମାତାପିତା ସେତେବେଳେ ସକ୍ସେସ ଫୁଲ ହୁଅନ୍ତି ଯେତେବେଳେ ତାଙ୍କ ସନ୍ତାନ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଥାଏ ।
ଯେଉଁ ମାତାପିତାଙ୍କ ସନ୍ତାନ ଜୀବନରେ ସଫଳ ହୋଇ ଥାଆନ୍ତି, ସେମାନେ ବିଶେଷ ଭାବରେ ୩ଟି କଥାକୁ ଧ୍ୟାନ ଦେଇ ଥାଆନ୍ତି ।
-ନିଜ ସନ୍ତାନ ମାନଙ୍କ ପ୍ରତି ସମ୍ବେଦନଶୀଳ ରୁହନ୍ତୁ । ସେମାନଙ୍କ ସହିତ ସହାନୁଭୂତି ଭାବ ରଖନ୍ତୁ । ପ୍ରତ୍ୟେକ ପରିସ୍ଥିତି ରେ ତାଙ୍କ ସହିତ ରୁହନ୍ତୁ । ଆପଣଙ୍କର ଏହି ବିଶ୍ୱାସ ଆପଣଙ୍କ ପିଲା କୁ ସଫଳତାର ସିଡି ଚଢିବାରେ ସାହାଯ୍ୟ କରିବ । ମାତା ପିତା ନିଜ ପିଲାଙ୍କୁ ତାଙ୍କ ନିକଟରେ ବସି ଭଲମନ୍ଦ ବୁଝିବା ଆବଶ୍ୟକ ।
-ଏହାଛଡା ମାତା ପିତା ନିଜ ପିଲାଙ୍କ ପସନ୍ଦ ରେ ରୁଚି ରଖିବା ଜରୁରୀ । ସେମାନଙ୍କ ର ଯେଉଁ ସବୁ କୋରି କୁଲାର ଅକ୍ଟିଭିଟି ରେ ରୁଚି ରହିଥାଏ ତାହା ଉପରେ ଫୋକସ୍ କରିବା ପାଇଁ ପିତା ମାତା ଅନୁପ୍ରାଣିତ କରିବା ଉଚିତ୍ । ଯେପରିକି ପିଲାର ମନୋବଳ ବୃଦ୍ଧି ହେବ ।
-ଏହାଛଡା ଆପଣ ନିଜ ସ୍ଵଭାବରେ ଆଶାବାଦୀ ରୁହନ୍ତୁ । ଏହା ମଧ୍ୟ ଆପଣଙ୍କ ପିଲାକୁ ସଫଳ କରିବାରେ ସାହାଯ୍ୟ କରିବ । ଆଶାବାଦୀ ପିଲାମାନେ ଆହ୍ବାନ ଓ ବାଧା କୁ ଦୂର କରିବାରେ ସକ୍ଷମ ହୋଇ ଥାଆନ୍ତି । ଏହାଦ୍ବାରା ସଫଳତା ହେବାର ସମ୍ଭାବନା ଅଧିକ ରହିଥାଏ ।