ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ; ବିରୋଧରେ ଥାନାରେ ଏତଲା

0

ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନ । ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ନେଇ ବିବାଦ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ ଥିବା ବଡ଼ ବଡ଼ ବ୍ୟାନର ଓ ହୋର୍ଡିଂ ଲଗାଯାଇଛି । ନିଜ ଉତ୍ପାଦକୁ ବିଜ୍ଞାପିତ କରିବା ପାଇଁ ରାଷ୍ଟ୍ରପତିଙ୍କ ଫଟୋ ଲଗାଇବା ସାମ୍ବିଧାନିକ ପଦର ମର୍ଯ୍ୟାଦା ଓ ବିଧିବ୍ୟବସ୍ଥା ପ୍ରତି ଅପମାନ ।

ଏହାର ବିରୋଧରେ ମହିଳା ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ ଏତଲା ଦେଇଛନ୍ତି । ଏହାସହ ସେ ନିର୍ଦ୍ଦିଷ୍ଟ ସୋରିଷ ତେଲ କମ୍ପାନୀ ଓ ବିତରକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave a comment