ଏଣିକି ଆମେରିକାରେ ବି ହୋଇପାରିବ ସମଲିଙ୍ଗୀ ବିବାହ
ଅନେକ ଦେଶରେ ସମଲିଙ୍ଗୀ ବିବାହକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ ଆମେରିକା ସରକାର ଏହାକୁ ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ଏକ ବିଲ୍ ଆମେରିକାର ନିମ୍ନ ସଦନରେ ଗୃହୀତ ହୋଇଛି । ଖୁବଶୀଘ୍ର ଏହି ବିଲକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦସ୍ତଖତ ପାଇଁ ପଠାଯିବ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିଲ୍ ଗୃହରେ ୨୫୮-୧୬୯ ଭୋଟରେ ପାସ୍ ହୋଇଛି। ରିପବ୍ଲିକ ପାର୍ଟିର ୩୯ ସାଂସଦ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଥିଲେ । ଗତ ସପ୍ତାହରେ ଆମେରିକାର ଉପର ସଦନ ସିନେଟ୍ ଦ୍ୱାରା ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ସମର୍ଥନରେ ୬୧ ଭୋଟ୍ ପଡ଼ିଥିବା ବେଳେ ଏହା ବିରୋଧରେ ୩୬ ଭୋଟ୍ ପଡ଼ିଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ସଂସଦର ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି । ଏହି ଆଇନ ଲକ୍ଷଲକ୍ଷ ସମଲିଙ୍ଗୀ ଓ ଅନ୍ତରଜାତୀୟ ବିବାହ କରିବାକୁ ଚାହୁଁଥିବା ଲୋକଙ୍କ ମନରେ ଶାନ୍ତି ଦେବ । ଏହାସହ ଏହି ବିବାହକୁ ସୁରକ୍ଷା ଗ୍ୟାରେଣ୍ଟି ମିଳିବ ବୋଲି ବାଇଡେନ କହିଛନ୍ତି ।