ରାଜନୀତିରେ ପ୍ରିୟଙ୍କାଙ୍କ ଯୋଗଦାନ, ୟୁପି ନିର୍ବାଚନରେ ପ୍ରଭାବ ପକାଇବ ନାହିଁ: ଯୋଗୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରବେଶ କରିବା କଂଗ୍ରେସ ପାଇଁ ଶୁଭଙ୍କର ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଥିବା ବେଳେ ଆଗାମୀ ଦିନରେ ଏହା ଜଣାପଡିବ । ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କାଙ୍କ ନେତୃତ୍ବ ଓ କାର୍ଯ୍ୟଶୈଳୀକୁ ଦଳୀୟ ନେତା ଓ କର୍ମୀଙ୍କ ସହ ଜନସାଧାରଣ ମଧ୍ୟ ପ୍ରବାହିତ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ରାଜ୍ୟ ପ୍ରଭାରୀ ଦାୟିତ୍ଵ ଦିଆଯାଇଛି । ଉତ୍ତରପ୍ରଦେଶ(ୟୁପି)ରେ କଂଗ୍ରେସର ସ୍ଥିତି ସୁଦୃଢ କରିବାକୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଥିବା ବେଳେ ରାଜନୀତିରେ ପ୍ରିୟଙ୍କାଙ୍କ ଯୋଗଦାନ ଆଗାମୀ ନିର୍ବାଚନରେ କିଛି ଫରକ ପକେଇବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନୋଇଡା-ଗ୍ରେଟରନୋଇଡା ମେଟ୍ରୋ ଟ୍ରେନ ଉଦଘାଟନୀ ଅବସରରେ ଯୋଗଦେଇ ଯୋଗୀ ଏହା କହିଛନ୍ତି ।