ପ୍ରଣବ,ଭୁପେନ ଓ ନାନାଜୀଙ୍କୁ ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ୩ ବିଶିଷ୍ଟ ବ୍ୟକ୍ତି ଚଳିତ ବର୍ଷ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକା ଏବଂ ସମାଜସେବୀ ନାନାଜୀ ଦେଶମୁଖ । ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି । 

ସୂଚନା ଅନୁଯାୟୀ, ଦେଶର ଗାଁକୁ ସଶକ୍ତ କରିବାରେ ନାନାଜୀଙ୍କ ଭୂମିକା ଯଥେଷ୍ଟ ରହିଛି ଓ ଭାରତୀୟ ସଙ୍ଗୀତକୁ ବିଶ୍ୱରେ ଲୋକପ୍ରିୟ କରିବା କ୍ଷେତ୍ରରେ ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନଙ୍କୁ ମରୋଣତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ । ସେହିପରି ବିନା ସ୍ୱାର୍ଥରେ ଦେଶର ସେବା କରିଥିବାରୁ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ । ଆଜି ଦେଶର ୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ସର୍ବୋଚ୍ଚ ସମ୍ମାନରେ ଏହି ୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ।

Leave a comment