ମୋଦିଙ୍କ ହାତରେ ନବୀନ ରିମୋଟ କହି ଉଭୟଙ୍କୁ ଟାର୍ଗେଟ କଲେ ରାହୁଲ । କଂଗ୍ରେସ ସରକାରକୁ ଆସିଲେ ୧୦ଦିନରେ ହେବ କୃଷିଋଣ ଛାଡ଼

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଲେ ରାହୁଲ । କହିଲେ “ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ମଧ୍ୟରେ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟପରି କୃଷିଋଣ ଛାଡ଼ କରାଯିବ । କେବଳ ଋଣ ଛାଡ ନୁହେଁ ଧାନର ଏମ.ଏସ.ପି ମଧ୍ଯ ବଢ଼ାଇ ୨୬୦୦ ଟଙ୍କା କରାଯିବ । ଆମେ ଚାଷୀଙ୍କୁ ଦୟା କରୁନୁ, ତାଙ୍କ ହକ ଦେଉଛୁ । ପ୍ରତି ଜିଲ୍ଲାରେ ଫୁଡ଼ ପ୍ରୋସେସିଂ ପ୍ଲାଣ୍ଟ ତିଆରି କରିବୁ । ସେଠାରୁ ପ୍ରସ୍ତୁତ ଜିନିଷ ବିଦେଶକୁ ରପ୍ତାନି କରିବୁ । ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦରେ ଓଡିଶା ଭରପୁର । ଓଡ଼ିଶା ଗରିବ ରାଜ୍ୟ ନୁହେଁ, ଏଠାର ଲୋକ ଗରିବ । କାହିଁକିନା ଆପଣଙ୍କ ପାଣି, ଖଣିଜ ସମ୍ପଦ କୁ ଛଡାଇ ନେଇ ହାତ ଗଣତି କିଛି ଶିଳ୍ପପତିଙ୍କୁ ଦିଆଯାଉଛି । ଯେଉଁ ମାନେକି ରାଜ୍ୟ ସରକାରଙ୍କୁ ଭୋଟ ସମୟରେ ଟଙ୍କା ଦେଉଛନ୍ତି “।

ରାହୁଲ ଆହୁରି ମଧ୍ୟ କହିଛନ୍ତି “ମୋଦିଙ୍କ ଜୁନିୟର ପାର୍ଟନର ନବୀନ । ମୋଦିଙ୍କ ହାତରେ ନବୀନ ରିମୋଟ । ଚିଟଫଣ୍ଡ ଦୁର୍ନୀତିରେ ରାଜ୍ୟର ଅନେକ ନେତାଙ୍କ ଲିଙ୍କ ଥିବାରୁ ସି.ବି.ଆଇ ରେମୋଟ ଧରି ମୋଦି ନବୀଙ୍କ ଚଳାଉଛନ୍ତି । ସେଥିପାଇଁ ମୋଦି ଯାହା କହୁଛନ୍ତି ନବୀନ ତାହା କରିଛନ୍ତି । ସଂସଦରେ ଯେଉଁ ବିଲ ଆସୁଛି ତାକୁ ସମର୍ଥନ କରୁଛନ୍ତି । ଉଭୟ ମୋଦି ଓ ନବୀନଙ୍କ ଚିନ୍ତାଧାରା ଏକପ୍ରକାର।

ସେହିପରି ଏଠାରେ ନବୀନ ବ୍ୟୁରୋକାଟଙ୍କ ସରକାର ଚାଇଛନ୍ତି । ଏଠାରେ ବ୍ୟୁରୋକାଟ ଯାହା କହୁଛନ୍ତି ନବୀନ ତାହା ମନୁଛନ୍ତି । ୧୫ବର୍ଷ ଭିତରେ ନବୀନ କେତୋଟି ଜଳସେଚନ ପ୍ରକଳ୍ପ କରିଛନ୍ତି ।
ଯଦି ଏଠି କଂଗ୍ରେସ ସରକାର ଗଢ଼ିବ ଓଡ଼ିଶା ଆଗକୁ ବଢିବ “। ଏହିପରି ଭାବରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ଆଟାକ ରାହୁଲ । ରାହୁଲଙ୍କ ଏହି ଆଟାକ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିଦେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave a comment