ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା କରିଥିବା ଘଟଣା; ପ୍ରମାଣ ଲୁଚାଇବା ପାଇଁ ଗୁଗୁଲ ସର୍ଚ୍ଚ କରିଥିଲା ପ୍ରେମିକ

0

ଦିଲ୍ଲୀରେ ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଘଟଣା ବିଷୟରେ ଯିଏ ବି ଶୁଣୁଚି, ଲୋମ ଟାଙ୍କୁରି ଯାଉଛି । ଦିଲ୍ଲୀରେ ରହୁଥିବା ଆଫତାବ ନାମକ ଯୁବକ ନିଜ ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ହତ୍ୟା କରିଥିଲା। ପ୍ରେମିକାକୁ ଗଳା ଚାପି ମାରିବା ପରେ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ଗୁଗଲ ସର୍ଚ୍ଚ କରିଥିଲା ଆଫତାବ।

କେବଳ ଶବ ବ୍ୟବଚ୍ଛେଦ ନୁହେଁ ରକ୍ତଛିଟା ଲିଭାଇବା ପାଇଁ ମଧ୍ୟ ଗୁଗଲ୍‌ ସର୍ଚ୍ଚ କରିଥିଲା । ତେବେ ଆଫତାବକୁ ପୋଲିସ ଗିରଫ କରି ଶ୍ରଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଖୋଜିବା ପାଇଁ ଚେଷ୍ଟା ଚଳାଇଛି। ଏଥିପାଇଁ ଆଫତାବକୁ ଆଜି କ୍ରାଇମ ସ୍ପଟ୍‌କୁ ନେଇଛି ପୋଲିସ ।

ପୋଲିସ କହିବା ମୁତାବକ, ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶବକୁ ଠିକଣାରେ ଲଗାଇବା, ରକ୍ତ ଦାଗ ଲିଭାଇବା ପାଇଁ ମଣିଷ ଶରୀର ବିଷୟରେ ଜାଣିବା ପାଇଁ ଗୁଗଲ୍‌ର ସହାୟତା ନେଇଥିଲା। ଗୁଗଲରୁ ସର୍ଚ୍ଚ କରିବା ଜାଣିବା ପରେ ବାଥରୁମରେ ଶ୍ରଦ୍ଧାଙ୍କ ଶବକୁ ୩୫ ଖଣ୍ଡ କରି କାଟଇଥିଲେ। ଶ୍ରଦ୍ଧାଙ୍କ ମୃତ୍ୟୁ ୧୮ ମଇ କରିଥିଲା ଆଫତାବ। ଆଉ ଏହି ଖଣ୍ଡବିଖଣ୍ଡିତ ଶରୀରକୁ ରଖିବା ପାଇଁ ଏକ ଫ୍ରିଜ ମଧ୍ୟ କିଣିଥିଲା। ଆଉ ଏହି ଖଣ୍ଡ ବିଖଣ୍ଡିତ ଶରୀରକୁ ପ୍ରତିଦିନ ରାତି ୨ଟାରେ ଜଙ୍ଗଲକୁ ପକାଇବାକୁ ଯାଉଥିଲା ଆଫତାବ ।

ସୂଚନାଯୋଗ୍ୟ, ଶ୍ରଦ୍ଧା ଏବଂ ପୁନାୱାଲା ଡେଟିଂ ଆପ୍ ଦ୍ବାରା ପରସ୍ପରକୁ ଜାଣିଥିଲେ। ଉଭୟ ଶ୍ରଦ୍ଧା ଏବଂ ପୁନାୱାଲା ପ୍ରଥମେ ମୁମ୍ବାଇରେ ଲିଭ୍ ଇନ ରିଲେସନସିପରେ ରହୁଥିଲେ। ଶ୍ରଦ୍ଧା ମୁମ୍ବାଇର ମଲାଡସ୍ଥିତି ମଲ୍ଟି ନ୍ୟାସନାଲ କମ୍ପାନୀର କଲ ସେଣ୍ଟରେ ଚାକିରି କରୁଥିଲେ। ଏଠାରେ ଆଫତାବଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଦୁହିଁଙ୍କ ପରିବାର ଲିଭ ଇନରେ ରହିବା କଥାକୁ ପସନ୍ଦ କରୁନଥିଲେ। ତେଣୁ ବିରୋଧ କରିଥିଲେ। ପରିବାର ପକ୍ଷରୁ ବିରୋଧ ହେବା ପରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀରେ ରହୁଥିଲେ । ଲିଭ ଇନରେ ରହୁଥିବା ଆଫତାବ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ବିବାହକୁ ନେଇ ପ୍ରତିଦିନ ଝଗଡା ଲାଗୁଥିଲା। ମେ’ ୧୮ ତାରିଖରେ ସେମାନଙ୍କ ମଧ୍ୟରେ ବିବାହକୁ ନେଇ ବଚସା ହୋଇଥିଲା। ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ମାରିଦେଇଥିଲା ଏବଂ ଏହାପରେ ସେ ତାଙ୍କ ମର ଶରୀରକୁ କାଟି ୩୫ ଖଣ୍ଡ କରିଥିଲା। ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରକୁ ସାଇତି ରଖିବାପାଇଁ ୩୦୦ ଲିଟର କ୍ଷମତା ବିଶିଷ୍ଟ ନୂଆ ଫ୍ରିଜ୍ କିଣିଥିଲା। ସେହି ଫ୍ରିଜରେ ସେ ପ୍ରେମିକାର ମର ଶରୀରର କଟା ଅଂଶକୁ ରଖିଥିଲା ଏବଂ ପ୍ରତିଦିନ ରାତି ୨ଟାରେ ସେ ଏକ ପଲିବ୍ୟାଗରେ ମର ଶରୀରର କିଛି କିଛି କଟା ଅଂଶକୁ ଧରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା। ଏଥିପାଇଁ ତାକୁ ୧୮ ଦିନ ଲାଗିଥିଲା।

ଶ୍ରଦ୍ଧା ଦିଲ୍ଲୀରେ ରହିଲେ ମଧ୍ୟ ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ସେ ଯୋଗଯୋଗରେ ରହିଥିଲେ। ଶ୍ରଦ୍ଧାଙ୍କର ବନ୍ଧୁମାନେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସୁଇଚ ଅଫ୍ ଦେଖାଇଥିଲା। ସୋସିଆଲ ମିଡିଆରେ ମଧ୍ୟ ସେ ସକ୍ରିୟ ରହୁନଥିଲେ। ଏଥିପାଇଁ ତାଙ୍କର ଜଣେ ବନ୍ଧୁଙ୍କର ସନ୍ଦେହ ବଢ଼ିଥିଲା। ସେ ଶ୍ରଦ୍ଧାଙ୍କ ଭାଇଙ୍କୁ ଫୋନ୍ କରି ଏକଥା ଜଣାଇଥିଲେ।

ଶ୍ରଦ୍ଧାଙ୍କ ବାପା ବିକାଶ ମଦନ ୱାକର ଗତ ଅଗଷ୍ଟ ମାସରେ ମାଣିକପୁର ଥାନାରେ ଝିଅ ନିଖୋଜ ଥିବା ନେଇ ଏକ ଏତଲା ରୁଜୁ କରିଥିଲେ। ଏହାପରେ ନଭେମ୍ବର ୮ ତାରିଖରେ ଶ୍ରଦ୍ଧାଙ୍କ ବାପା ଦିଲ୍ଲୀ ଆସି ତାଙ୍କ ଝିଅ ରହୁଥିବା ଫ୍ଲାଟ୍ ନିକଟରେ ପହଞ୍ଚିଥିଲେ। କିନ୍ତୁ ଫ୍ଲାଟରେ ତାଲା ପଡ଼ିଥିଲା। ଶ୍ରଦ୍ଧାଙ୍କ ବାପା ଏହାପରେ ଦିଲ୍ଲୀ ପୋଲିସରେ ଏତଲା ରୁଜୁ କରିଥିଲେ। ସେଠାରେ ମଧ୍ୟ ତାଲା ପଡ଼ିଥିବାର ଦେଖି ବିକାଶ ସଙ୍ଗେ ସଙ୍ଗେ ଥାନାକୁ ଯାଇ ଝିଅ ଅପହରଣ ନେଇ ଏତଲା ଦାୟର କରିଥିଲେ। ଏହାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ ଆଫତାବଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

Leave a comment