ବେକାରି ସମସ୍ୟା ନେଇ ବିକ୍ଷୋଭ କରିବ ଭାଜପା ଯୁବମୋର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତିି । ଓଡ଼ିଶାର ଯୁବତୀ, ଯୁବକମାନଙ୍କୁ ନିଯୁକ୍ତି ଦେଉ ନ ଥିବା ଯୋଗୁଁ ରାଜ୍ୟରେ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ବିକାଶ ନାଁରେ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ରାଜ୍ୟର ଯୁବକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ବିଶେଷ କରି ଯୁବପିଢିଙ୍କୁ ନିଯୁକ୍ତି ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସରକାରଙ୍କ ଯୁବମାରଣ ନୀତି ଏବଂ ବେକାର ଯୁବକ, ଯୁବତୀ ମାନଙ୍କୁ ରୋଜଗାର ଯୋଗାଇ ଦେବା ଦାବିରେ ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୮ରେ ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave a comment