ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି …, ଦେଖନ୍ତୁ ଭିଡିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କଲେ କିଛି ମହିଳା । ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ମହିଳାମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ଏହାକୁ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗାଁ ବିବାଦ ଯୋଗୁଁ ଦୁଇ ବର୍ଷ ହେଲା ରାଜକନିକା ଥାନା ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର ଟଙ୍କା ଉଠି ପାରୁନଥିଲା । ସାତ ଦିନ ତଳେ ପ୍ରଶାସନିକ ଅଧିକାରୀ ହସ୍ତକ୍ଷେପ କରି ଘଟଣାର ସମାଧାନ କରିବାପରେ ଗତକାଲି ଅଙ୍ଗନବାଡ଼ି କର୍ମୀ ଜଣକ କେନ୍ଦ୍ରକୁ ଆସିଥିଲେ । ମାତ୍ର ଏହି ସମୟରେ ୧୫ରୁ ଉର୍ଦ୍ଧ ମହିଳା ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ଦୁଇ ବର୍ଷର ବକେୟା ଅର୍ଥ କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ଯୁକ୍ତିଯୁକ୍ତ ଆରମ୍ଭ କରିଦେଇଥିଲେ । ଏହାପରେ ଗାଁ ଦାଣ୍ଡରେ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମାରିଥିଲେ । ଏପରିକି ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ତା’ର ଭିଡିଓ ରେକର୍ଡିଙ୍ଗ କରି ସେହି ଭିଡିଓକୁ ସୋଶାଲ ମିଡିଆରେ ଭାଇରଲ କରିଦେଇଥିଲେ ।

ଆଜି ସେହି ଭିଡିଓ ଭାଇରାଲ୍‌ ହେବା ପରେ ଅଙ୍ଗନବାଡ଼ି କର୍ମୀ ଜଣକ ତାଙ୍କ ସ୍ୱାମୀଙ୍କ ସହିତ ଥାନାକୁ ଯାଇ ଏହା ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭଯୁକ୍ତଙ୍କୁ ଗିରଫ କରିପାରିନାହିଁ ।

Leave a comment