ଦଳ କାମରେ ସଦାରତ ସଞ୍ଜୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୪ ମସିହା କଥା ସନ୍ଧ୍ୟା ୫ଟା ବାଜିଲାଣି ବିଜେଡି ପ୍ରାୟ ୯୦ରୁ ଅଧିକ ଆସନ ଜିତିବ ବୋଲି ଜଣା ପଡ଼ିଲାଣି । ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନଥାଏ ଦୁଃଖ । କିଛି ସମୟ ବାହାରେ ବସି ପୁଣି ନବୀନ ନିବାସ ଭିତରକୁ ଚାଲିଯାଇଛନ୍ତି । ତାଙ୍କ ନିକଟତମ ମହଲକୁ ଏବିଷୟରେ ପଚାରିଲା ବେଳକୁ ଖବର କୁହନ୍ତି ତାଙ୍କର ପ୍ରିୟ ଅନୁଗତ ସଞ୍ଜୟ ଦାସବର୍ମା ସାମାନ୍ୟ ଭୋଟରେ ପଛୁଆ ଅଛନ୍ତି । ଏବଂ ହାରିଯିବାର ସମ୍ଭାବନା ରହିଛି । ଏହି ଘଟଣା ଛୋଟିଆ ଲାଗୁଥାଇପାରେ । ବିଜେଡି ଯେଉଁଠି ୯୦ଟି ସିଟ ଜିତୁଛି ସେଇଠି ସଞ୍ଜୟ ମାତ୍ର କେତୋଟି ଭୋଟରେ ପଛରେ ଥିଲେ । ତାହା ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଦୁଃଖିତ କରୁଥିଲା । ଏହିଥିରୁ ସ୍ପଷ୍ଟ ଜଣାପଡେ ସଞ୍ଜୟ ମୁଖ୍ୟମନ୍ତ୍ରୀଙ୍କର କେତେ ନିଜର ।
ନବ ଦାସ ଟାଣୁଆ ପଶ୍ଚିମ ଓଡିଶା ବିଧାୟକ । ପଶ୍ଚିମ ଓଡ଼ିଶାରେ ବି ବିଜେଡିର ଟାଣୁଆ ନେତାଙ୍କର ବି ଅଭାବ ନଥାଏ ନିରଞ୍ଜନ ପୂଜାରୀ ହୁଅନ୍ତୁ ପ୍ରସନ୍ନ ଆଚାର୍ଯ୍ୟ ହୁଅନ୍ତୁ ଏମାନେ ସମସ୍ତେ ଅଛନ୍ତି କଳିକେଶ ସିଂଦେଓ ବି ଅଛନ୍ତି କିନ୍ତୁ ଯେତେବେଳେ ନବ ବିଜେଡିରେ ମିଶିବେ ସେଠି କିପରି ସ୍ଥିତି ରହିବ ସେଠି କିପରି ଅସନ୍ତୁଷ୍ଟକୁ ମନାଯିବ ସେଥିପାଇଁ ନବୀନ କୌଣସି ପଶ୍ଚିମ ଓଡିଶା ନେତାଙ୍କୁ ଖୋଜିନଥିଲେ, ଖୋଜିଥିଲେ ସଞ୍ଜୟଙ୍କୁ । ଅବଶ୍ୟ ପ୍ରଣବ ପ୍ରକାଶ ଦାସ ଙ୍କୁ ମଧ୍ୟ ତାଙ୍କ ସହ ଖୋଜିଥିଲେ । ସଞ୍ଜୟ, ବବିଙ୍କ ଗୋଟି ଚାଳନା ହିଁ ନବଙ୍କୁ ବିଜେଡି ରେ ଆଣି ଅସନ୍ତୁଷ୍ଟ ମାନଙ୍କର ଅସନ୍ତୋଷକୁ ହ୍ରାସ କରିବାରେ ସହାୟକ ହୋଇଥିଲା । ଏହା ଭିତରେ ସଞ୍ଜୟ ରାୟଗଡା ଜିଲ୍ଲାର ପ୍ରଭାରୀ ଦାୟିତ୍ୱ ତୁଲାଇବା ସହ ଝାରସୁଗୁଡା ଗ୍ରସ୍ତ କରି ଆଜିର ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ସଫଳ କରିବାପାଇଁ ସମସ୍ତ ଯୋଜନା ଚଳାଇଥିଲେ ।
ବିଜେଡି ଯେତେବେଳେ ନିଜର ୨୦ବର୍ଷ ପୂରଣ କଲା ସେତେବେଳେ ପୁରୀରେ ସମାବେଶର ଆୟୋଜନ କରାଗଲା । କେବଳ ସଞ୍ଜୟଙ୍କ ବଳ ଓ ପତିଆରା ଯୋଗୁଁ ଏହା ସମ୍ଭବ ହୋଇପାରିଲା । ପରବର୍ତ୍ତୀ ସମୟରେ ମିଶନ ଶକ୍ତି କାର୍ଯ୍ୟକ୍ରମ ମଧ୍ୟ ପୁରୀରେ ହେଲା । ଖୁବ ସଫଳ ମଧ୍ୟ ହେଲା । ଆସନ୍ତା କାଲି କାଳିଆ ଯୋଜନା ପୁଣିଥରେ ପୁରୀରେ ହେବାକୁ ଯାଉଛି । ପୁରୀର ସମସ୍ତ ଦାୟିତ୍ୱ ସଞ୍ଜୟ ଓ ବବିଙ୍କ କାନ୍ଧରେ । ଏହାବ୍ୟତୀତ ବିଜୁ ଯୁବ ବାହିନୀର ଶତାଧିକ କର୍ମୀ ସ୍ୱତଃପୃତ ଭାବେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା କାଳିଆ ଯୋଜନା କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି ।