ଡବଲ ମର୍ଡର ମାମଲା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜାମିନ
ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜାମିନ । ମା ଝିଅ ଡବଲ ମର୍ଡର ମାମଲାରେ ଜାମିନ ଦେଲେ ହାଇକୋର୍ଟ । ଡବଲ ମର୍ଡର ମାମଲାରେ ଅନୁପଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ଗତ ଏପ୍ରିଲରେ ଆଜୀବନ ଜେଲ ଦେଇଥିଲେ ରାଇଗଡ ସେସନ କୋର୍ଟ । ୨୦୧୬ ମସିହା ମେ ରେ ମା ଏବଂ ଝିଅଙ୍କୁ ହତ୍ୟା କରାଯାଇଥିଲା ।
କଳ୍ପନା ଦାଶ ଏବଂ ତାଙ୍କ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା । ଛତିଶଗଡ ରାଇଗଡ ଜିଲ୍ଲା ହମିରପୁରରୁ ଉଭୟଙ୍କ ମୃତଦେହ ମିଳିଥିଲା । ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ଟପ୍ପୋ ଗିରଫ ହୋଇଥିଲେ । ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ ।