ବାହା ହେବେନି କିନ୍ତୁ …..

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଦି ତିଆରି ହେବ, ସାହାନାଇ ବାଜିବ,ବାଣ ଫୁଟିବ ସବୁକିଛି ହେବ ହେଲେ ବର କନିଆଁ ଦୁହେଁ ବାହା ହେବେନି କି ହାତଗଣ୍ଠି ପଡିବନାହିଁ । ଆଜ୍ଞା ଏହା କୌଣସି ଫିଲ୍ମର କ୍ଲାଏମାକ୍ସ ନୁହେଁ । ଏହା ଓଡ଼ିଶା ରାଜନୀତିର ଗୋଟିଏ ଅଂଶ । ଆପଣମାନେ ବୁଝୁଥିବେ କିଏ କାହାକୁ ଏଠି ବାହା ହେବ । ରାଜନୈତିକ ଦଳମାନେ କ’ଣ ପରସ୍ପର ରେ ବାହା ହୁଅନ୍ତି ? ନା’ ପ୍ରାର୍ଥୀମନେ ବାହା ହୁଅନ୍ତି । କେତେବେଳେ କଂଗ୍ରେସ ବର, କଂଗ୍ରେସ କନିଆ କୁ କେତେବେଳେ ବିଜେଡି କନିଆ କୁ କେତେବେଳେ ବିଜେପି କନିଆ କୁ । ଏମିତି ଏକ ବରିଷ୍ଠ ବର ଆସି ପହଞ୍ଚିଛନ୍ତି କଂଗ୍ରେସ ଖୁଆଡ଼ରେ । ବାହା ହେବେନି କିନ୍ତୁ ଡେଟିଂ କରିବେ । ବର ଜଣକ ହେଉଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୋନଗ ।

ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ, ପଞ୍ଚାନନ କାନୋନଗ କଟକ ଜିଲ୍ଲାରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଅଣକଂଗ୍ରେସ ସ୍ୱାଧୀନରୁ ଟିକେ ଧାର କରିଥିବାରୁ ସିଧା କଂଗ୍ରେସକୁ ନ ଆସି ବୁଲେଇ ବଙ୍କେଇ କଂଗ୍ରେସର ଭୋଟ ନେବାକୁ ଚାହୁଁଛନ୍ତି । ମିଳିଥିବା ସୂଚନା ମୁତାବକ ସେ ସ୍ୱତନ୍ତ୍ର ଭାବରେ ଏକ ଅଲଗା ଦଳରୁ ହେଉ କିମ୍ବା ସ୍ଵାଧୀନରେ ହେଉ କଟକ ଲୋକସଭାରୁ ପ୍ରାର୍ଥୀ ହେବେ । ଏବଂ ତାଙ୍କୁ ସମ୍ମାନ ଜଣାଇ ନିରଞ୍ଜନ ପଟ୍ଟନାୟକ ସେଠାରେ କଂଗ୍ରେସ ପ୍ରାର୍ଥୀ ଦେବେନାହିଁ । ଯଦି ସବୁକିଛି ଠିକ ଚାଲେ ପଞ୍ଚାନନ ପ୍ରାର୍ଥୀ ହେବା ସତପ୍ରତିଶତ ସତ । ଆଉ ପଞ୍ଚାନନ ଯଦି ପ୍ରାର୍ଥୀ ହୁଅନ୍ତି ଅନ୍ୟ କେତେଜଣଙ୍କ ପାଇଁ ବାଟ ଖୋଲିବ । ପଞ୍ଚାନନଙ୍କୁ କଟକରୁ ମନାଇ ପାରିଲେ ବୈଜୟନ୍ତଙ୍କ ପାଇଁ କେନ୍ଦ୍ରାପଡ଼ାରୁ ମଧ୍ୟ ବାଟ ଫିଟାଇବ । କିନ୍ତୁ ବିଜୟ, ଦିଲ୍ଲୀପ ବିଷୟରେ କ’ଣ ହେବ ଜଣାନାହିଁ । ତେଣୁ ଯେଉଁ ବୈଜୟନ୍ତ କେନ୍ଦ୍ରାପଡା ରୁ ଛିଡ଼ା ହେବେ ସେଠି ବିଜୟଙ୍କୁ କିପରି ଥଇଥାନ କରାଯିବ । ବିଜୟ କ’ଣ ରାଜିହେବେ ? ତାକୁ ନେଇ ସଞ୍ଚୟ ଜାରୀରହିଛି । ବର, କନିଆ ଝଗଡା ଭିତରେ ଗୋଟିଏ ବରର କିନ୍ତୁ ବାହାଘର ଫିକ୍ସ ହୋଇନି କିନ୍ତୁ ଡେଟିଂ ଫିକ୍ସ ହୋଇଛି ସେ ହେଉଛନ୍ତି ପଞ୍ଚାନନ ।

Leave a comment