ଆଖି ବୁଜିଲେ ଭାରତର ଷ୍ଟିଲ ମ୍ୟାନ୍‌

0

ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମଡି) ତଥା ଭାରତର ଷ୍ଟିଲ ମ୍ୟାନ୍‌, ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଛି। ଜାମସେଦପୁର ଟାଟା ମେନ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଟାଟା ଷ୍ଟିଲ ପକ୍ଷରୁ ଏହି ସୂଚନା ମିଳିଛି। ଭାରତର ଷ୍ଟିଲ ମ୍ୟାନ୍‌ ଭାବେପରିଚିତ ଜାମସେଦ ଜେ ଇରାନୀ ଜୁନ୍‌ ୨୦୧୧ରେ ଟାଟା ଷ୍ଟିଲ ବୋର୍ଡରୁ ଅବସର ନେଇଥିଲେ।

ତାଙ୍କ ବିୟୋଗରେ ଟାଟା ଷ୍ଟିଲ୍ ଦୁଃଖ ପ୍ରକାଶ କରିଛି। କମ୍ପାନୀ ଏକ ବୟାନ ଜାରି କରି କହିଛି, ଭାରତର ଷ୍ଟିଲ ମ୍ୟାନଙ୍କ ନିଧନ ହୋଇଛି। ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ବିୟୋଗରେ ଆମେ ମର୍ମାହତ ଏବଂ ଦୁଃଖିତ। ସେ ଦେଶର ଇସ୍ପାତ ପୁରୁଷ ବା ଷ୍ଟିଲ୍ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ। ଟାଟା ଷ୍ଟିଲ୍ ପରିବାର ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି। ୩୧ ଅକ୍ଟୋବର ରାତି ୧୦ଟାରେ ଜମସେଦପୁରର ଟାଟା ହସପିଟାଲରେ ତାଙ୍କ ବିୟୋଗ ହୋଇଛି।

Leave a comment