ଓଡ଼ିଶାରେ ଖୁବଶୀଘ୍ର ଏଣ୍ଟ୍ରି କରିବ ଏକ ଆଞ୍ଚଳିକ ଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ଯାଉଅଛି ଏକ ନୂତନ ଦଳ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ନିଜ ନାଁ ଟି ଆର ଏସ ପାର୍ଟି ରୁ ବି.ଆର.ଏସ(ଭାରତ ରାଷ୍ଟ୍ର ସମିତି) କୁ ପରିବର୍ତ୍ତନ କରିଛନ୍ତି । ଏହି ଦଳର ମଙ୍ଗ ଓଡ଼ିଶାରେ ନବନିର୍ମାଣ କୃଷକ ସଂଘର ମୁଖ୍ୟ ଅକ୍ଷୟ କୁମାର ଧରିବାକୁ ଯାଉଛନ୍ତି । ଓଡ଼ିଶାରେ କେସିଆର ଦଳର ସେନାପତି ହେବେ ଅକ୍ଷୟ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦଳ ଓଡ଼ିଶା ରାଜନୀତିରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ହେଉଛି । ଓଡ଼ିଶାରେ ଉଭୟ ଜାତୀୟ ଦଳର ସ୍ଥିତି ମଜଭୁତ ନଥିବାରୁ ଏହି ଆଞ୍ଚଳିକ ଦଳ ନିଜ ଭାଗ୍ୟ ପରୀକ୍ଷା କରବାକୁ ସ୍ଥିର କରିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ଅକ୍ଷୟ ଦୁଇ ତିନି ଦିନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ତାଙ୍କ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକରେ ଅକ୍ଷୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଓଡ଼ିଶାରେ ଏହି ପାର୍ଟିର ମୁଖ୍ୟ ଦାୟିତ୍ୱ ଅକ୍ଷୟଙ୍କୁ ଦିଆଯିବା ନେଇ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ଓଡ଼ିଶାରେ କେସିଆର ଦଳ ସକ୍ରିୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ଆଗକୁ ଦେଖିବାକୁ ବାକି ରହିଲା ଆସନ୍ତା ନିର୍ବାଚନ ରେ ବି.ଆର.ଏସ ଓଡ଼ିଶାରେ ନିଜ ସ୍ଥିତି ଜାହିର କରିବାରେ କେତେଦୂର ସମର୍ଥ ହେଉଛି ।

Leave a comment