ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ, ଚାଲିଛି ଜେରା
ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାର ମାମଲାରେ ସୁଜାତା ପାଣିଗ୍ରାହୀ ହାଜର ହୋଇଛନ୍ତି। ଇଡିଙ୍କ ସମନ ଆଧାରରେ ହାଜର ହୋଇ ଆର୍ଥିକ କାରବାରର ତଥ୍ୟ ରଖିଛନ୍ତି ।
ଏନେଇ ଇଡି କାର୍ଯ୍ୟାଳୟରେ ସୁଜାତା ପାଣିଗ୍ରାହୀଙ୍କ ଜେରା ଚାଲିଛି । ଆକାଉଣ୍ଟରେ ହୋଇଥିବା ଟ୍ରାଞ୍ଜାକ୍ସନକୁ ନେଇ ପଚରାଉଚରା ହେଉଛି । ମନି ଲଣ୍ଡରିଂ ଆକ୍ଟ ଆଧାରରେ ଯାଞ୍ଚ କରାଯାଉଛି । ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଆକାଶ ପାଠକ ଗିରଫ ହୋଇଥିଲେ । ତାଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟଙ୍କୁ ୯ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ସୂଚନା ମିଳିଥିଲା । ପରେ ପ୍ରଦୀପଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ନେଇ ଇଡିକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା । ସେହି ଆଧାରରେ ପତ୍ନୀ ଓ ପ୍ରଦୀପଙ୍କ ଝିଅ ଆକାଉଣ୍ଟର ମଧ୍ୟ ତନାଘନା କରିଥିଲା ଇଡି । ପୂର୍ବରୁ ପ୍ରଦୀପଙ୍କ ଝିଅଙ୍କୁ ଇଡି ଜେରା କରିଥିଲା । ବର୍ତ୍ତମାନ ପତ୍ନୀ ସୁଜାତାଙ୍କ ଆକାଉଣ୍ଟର ତନାଘନା ଚାଲିଛି ।