ଏହି କାରଣରୁ ଧନତେରସ ଦିନ ମା’ ଲକ୍ଷ୍ମୀଙ୍କୁ କରାଯାଏ ଆରାଧନା
କାର୍ତ୍ତିକ କୃଷ୍ଣପକ୍ଷର ତ୍ରୟୋଦଶୀ ତିଥିରେ ପାଳନ କରାଯାଉଥିବା ଧନତେରସର ପର୍ବରେ ମାତା ଲକ୍ଷ୍ମୀ , ମୃତ୍ୟୁର ଦେବତା ଯମରାଜ , ଆୟୁର୍ବେଦର ପ୍ରଣୀତା ଭଗବାନ ଧନବନ୍ତରୀ ଏବଂ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହିଦିନ ମାତା ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କୁ ପୂଜା କରିବା ଦ୍ୱାରା ସେମାନଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଧନର ଅଭାବ ହୁଏନାହିଁ। ଏହି ଅବସରରେ ଲୋକମାନେ ସୁନା ରୂପା ଏବଂ ବାସନ କିମ୍ବା ଯେକୌଣସି ଧାତୁ କିଣି ସମୃଦ୍ଧ କାମନା କରିଥାନ୍ତି। କ୍ରୟକର୍ତ୍ତାଙ୍କୁ ଶୁଭ ଏବଂ ସମୃଦ୍ଧ ସହ ଜଡିତ କରି ଦେଖାଯାଏ।
ଧନ ଏବଂ ସମ୍ପଦାର ଦେବୀ:-
ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀଙ୍କୁ ଧନ ଏବଂ ସମ୍ପଦାର ଦେବୀ ଭାବରେ ବିବେଚନା କରାଯାଏ। ବିଶ୍ୱାସ ରହିଛି ଯେ ଯାହାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପଡ଼ିଯାଏ , ସେ ସୁଖ ସମ୍ପଦରେ ପରିପୂର୍ଣ୍ଣ ହୋଇଯାଆନ୍ତି।
ଧନତେରସ ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ ଏବଂ ଯେକୌଣସି ଧାତୁ କିଣି ତାହାକୁ ମାତା ଲକ୍ଷ୍ମୀଙ୍କର ସମ୍ମୁଖରେ ରଖା ଯାଇଥାଏ। ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ଧନର ସ୍ଥାୟୀ ବାସ ହୋଇ ଯାଇଥାଏ। ସମସ୍ତ ହିନ୍ଦୁ ପର୍ବ ସହ ଜଡିତ କିଛି ମାନ୍ୟତା ଏବଂ କିଛି ପୌରାଣିକ କଥା ରହିଥାଏ। ଧନତେରସର ମଧ୍ୟ ପୌରାଣିକ କଥା ରହିଛି।
ଧନତେରସର ପୌରାଣିକ କଥା ଅନୁଯାୟୀ , ଏକଦା ଭଗବାନ ବିଷ୍ଣୁ ପୃଥିବୀଲୋକ ଆଡକୁ ଆସୁଥିଲେ। ଏଭଳି ପରିସ୍ଥିତିରେ ମାତା ଲକ୍ଷ୍ମୀ ମଧ୍ୟ ତାଙ୍କ ସହ ଆସିବାକୁ ଜିଦ ଧରି ବସିଥିଲେ। ଯାହାପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ କହିଥିଲେ ଯେ ସେ ତାଙ୍କ ସହ ଆସିପାରିବେ କିନ୍ତୁ ତାଙ୍କୁ ତାଙ୍କ କଥା ମାନିବାକୁ ପଡିବ। ମାତା ଲକ୍ଷ୍ମୀ ଏଭଳି କରିବାକୁ କହିଥିଲେ।
କୃଷକଙ୍କ କ୍ଷେତରେ ସୋରିଷ ଫୁଲ:-
ଏହାପରେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହ ପୃଥ୍ଵୀଲୋକକୁ ପହଞ୍ଚି ଗଲେ। ଏହାପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଗୋଟିଏ ସ୍ଥାନରେ ଅଟକିବାକୁ କହି ଦକ୍ଷିଣ ଦିଗ ଆଡ଼କୁ ଯିବାକୁ ଲାଗିଲେ। ଏହାପରେ ମାତା ଲକ୍ଷ୍ମୀଙ୍କୁ ଜାଣିବାକୁ ଇଚ୍ଛା ହେଲା ଯେ ଭଗବାନ ବିଷ୍ଣୁ କୁଆଡେ ଗଲେ ଏବଂ କାହିଁକି ଗଲେ ଏବଂ ସେ ମଧ୍ୟ ତାଙ୍କ ପଛରେ ଚୁପଚାପ ଯିବାକୁ ଲାଗିଲେ।
ଏହି ଯାତ୍ରା ସମୟରେ ମାତା ଲକ୍ଷ୍ମୀ ଜଣେ କୃଷକଙ୍କର କ୍ଷେତରେ ସୋରିଷ ଫୁଲ ଦେଖିଲେ ଏବଂ ସେ ତାହାକୁ ଭୂଷଣ କଲେ ଏବଂ ଯାତ୍ରା ଯୋଗୁଁ ତାଙ୍କୁ ଶୋଷ ହେଲା ତେଣୁ ସେ ଆଖୁରସ ପାନ କରିଲେ। ମାତା ଲକ୍ଷ୍ମୀ ଆଖୁରସ ପାନ କରୁଥିବା ସମୟରେ ଭଗବାନ ବିଷ୍ଣୁ ତାଙ୍କୁ ଦେଖି ଦେଲେ ଏବଂ ତାଙ୍କ ଉପଦେଶ ପାଳନ ନ କରିବାରୁ କ୍ରୋଧିତ ହୋଇ ମାତା ଲକ୍ଷ୍ମୀଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ କୃଷକଙ୍କର ସେବା କରିବାକୁ ଅଭିଶାପ ଦେଇଦେଲେ।
ଏହା ପରେ ୧୨ ବର୍ଷ ମାତା ଲକ୍ଷ୍ମୀଙ୍କର ବାସ ଦ୍ୱାରା କୃଷକ ବହୁତ ଧନୀ ହୋଇଗଲେ। ୧୨ ବର୍ଷ ପୂରିବା ପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ନେବା ପାଇଁ ଆସିବାରୁ କୃଷକ ତାଙ୍କୁ ଫେରିଯିବାକୁ ମନା କରିଥିଲେ।
ଏହାପରେ ମାତା ଲକ୍ଷ୍ମୀ କୃଷକଙ୍କୁ କହିଥିଲେ ଯେ କାର୍ତ୍ତିକ ମାସ ୧୩ତମ ଦିନରେ ଯେକୌଣସି ବ୍ୟକ୍ତି ନିଜ ଘର ପରିଷ୍କାର କରି , ପରିଷ୍କାର ପୋଷାକରେ ଘିଅର ଦୀପ ଜାଳିବେ ଏବଂ ଧାତୁର କଳସରେ ଧନ ଆଦି ଭର୍ତ୍ତି କରି ମାତା ଲକ୍ଷ୍ମୀର ପୂଜା କରିବେ , ସେ ସେମାନଙ୍କ ଘରେ ବର୍ଷ ବର୍ଷ ରହିବେ। କୃଷକ ଏହିଭଳି କଲେ ଏବଂ ସେ ଆଜୀବନ ଧନୀ ହୋଇ ରହିଲେ। ଏହା ପରଠାରୁ ହିଁ ଧନତେରସ ପୂଜାର ବିଧାନ ହେଲା।
ହାତରେ ଅମୃତ କଳସ ନେଇ ପ୍ରକଟ:-
କାର୍ତ୍ତିକ ମାସରେ ତ୍ରୟୋଦଶୀ ଦିନ ଆୟୁର୍ବେଦର ପ୍ରଣେତା ଭଗବାନ ଧନବନ୍ତରୀଙ୍କୁ ମଧ୍ୟ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଅମୃତ ମନ୍ଥନ ସମୟରେ ଏହିଦିନ ଭଗବାନ ଧନବନ୍ତରୀ ଜନ୍ମଗ୍ରହଣ କରିଥିଲେ। ଏବଂ ସେ ତାଙ୍କ ହାତରେ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ।
ଆୟୁର୍ବେଦ ଉପରେ ବିଶ୍ୱାସ ରଖିଥିବା କିମ୍ବା ସମସ୍ତ ବୈଦ ଏହିଦିନ ଭଗବାନ ଧନବନ୍ତରୀଙ୍କୁ ପୂଜା କରନ୍ତି। ବିଶ୍ୱାସ ଅନୁଯାୟୀ , ଏହାଦ୍ବାରା ଜୀବନରେ ସୁଖ ସମୃଦ୍ଧତା ଆସିବା ସହ ମନରେ ଶାନ୍ତି ଆସିଥାଏ ଏବଂ ବିଧି ଅନୁଯାୟୀ ପୂଜା କରିବା ଦ୍ୱାରା ଶରୀର ନିରୋଗ ହୋଇଥାଏ।
ତ୍ରୟୋଦଶୀ ଦିନ ହିନ୍ଦୁଧର୍ମରେ ମୃତ୍ୟୁ ଦେବତା ଯମଙ୍କର ପୂଜା କରିବାର ବିଧାନ ରହିଛି। ପୌରାଣିକ କଥା ଅନୁଯାୟୀ , ଏହିଦିନ ଯମରାଜଙ୍କର ପୂଜା କରିବା ଦ୍ୱାରା ତାଙ୍କ ପାଇଁ ଦୀପ ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୁଏନାହିଁ। ତ୍ରୟୋଦଶୀ ଦିନ ଧନର ଦେବତା କୁବେରଙ୍କୁ ମଧ୍ୟ ପୂଜା କରାଯାଏ।
ବିଶ୍ଵାସ କରାଯାଏ ଯେ ଧନର ଦେବୀ ମାତା ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି ଏବଂ କେଉଁଠି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତି ନାହିଁ। ଯେତେବେଳେ କି କୁବେର ଦେବତାଙ୍କୁ ସ୍ଥିର ଭାବରେ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ କୁବେର ଦେବତାଙ୍କର ପୂଜା କରିବା ଦ୍ୱାରା ଧନତେରସ ପର୍ବରେ ପୂଜା ଦ୍ୱାରା ପ୍ରସନ୍ନ ମାତା ଲକ୍ଷ୍ମୀଙ୍କ ଦ୍ୱାରା ଦିଆଯାଇଥିବା ଧନ ସମ୍ପତ୍ତିକୁ କୁବେର ଦେବତା ସ୍ଥାୟୀ କରିଦିଅନ୍ତି।