ବରଗଡ଼ ଯିବେ କିଶୋର !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବ କଂଗ୍ରେସ ର ହାତ ଛାଡି ବିଜେଡି ରେ ଶଙ୍ଖ ଫୁଙ୍କିବା ନେଇ ଅସନ୍ତୁଷ୍ଟ କିଶୋର କୁ ମାନଇବାରେ ସଫଳ ହୋଇଛି ବିଜେଡି । ନବ ବି ଖୁସ କିଶୋର ବି ଖୁସ । ଦୁଇ ଜଣ ଏକାଠି ହୋଇ ବୁଲିଲେଣି ନବୀନଙ୍କ ଝାରସୁଗୁଡା ସଭା ସଫଳ କରିବା ପାଇଁ । କିଛିତ ଗୋଟାଏ ହୋଇଥିବ । କିଶୋର କଣ ସହଜ ରେ ମାନିଗଲେ । ତାଙ୍କ ପ୍ରତିଦ୍ୱନ୍ଦୀ ଆସି ବିଜେଡି ରେ ପଶିଲେ କ୍ଷମତା ଉପଭୋଗ କରିବେ ସେ କଣ ସାଧାରଣ ସଭ୍ୟ ଭାବରେ ନିଗମ ପଦ ଅଧ୍ୟକ୍ଷ ରେ ଥିବେ ? କିଶୋର କଣ ଏତେ ସହଜରେ ନିଜ ପଦ ତାଙ୍କ ପ୍ରତିଦ୍ୱନ୍ଦୀ କୁ ଦେଇଦେଲେ । ତାଙ୍କ ପାଇଁ ବି ଯୋଜନା କରାଯାଇଛି । ସେ ଏବେ ବହୁ ପ୍ରତୀକ୍ଷିତ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ଏଥିପାଇଁ ତାଙ୍କୁ ବିଜେଡ଼ିର ସର୍ବୋଚ୍ଚ ସ୍ତରରୁ ପ୍ରାୟ ସମ୍ମତି ମିଳିଥିବା କଥା ଆଲୋଚନା ହେବ ସହ ଏଥର ଲୋକସଭା ଆସନ ପାଇଁ ପୁରୁଣା ନେତାଙ୍କ ବ୍ୟତୀତ କିଛି ଯୁବବର୍ଗ ଙ୍କୁ ମଧ୍ୟ ସୁଯୋଗ ଦିଆଯିବ ବୋଲି ଦଳରେ ଚର୍ଚ୍ଚା ଚାଲିଛି ।