ଉତ୍ତମ ବ୍ୟକ୍ତିତ୍ୱ ଗଢି ତୋଳିବା ପାଇଁ ନିଜ ପିଲାଙ୍କୁ ଛୋଟ ବେଳରୁ ଶିଖାନ୍ତୁ ଏହିସବୁ ସଂସ୍କାର
ସବୁ ପିତାମାତା ନିଜ ସନ୍ତାନ ର ବିକାଶ ଓ ଉନ୍ନତି ଇଚ୍ଛା କରନ୍ତି । କାରଣ ଗୋଟିଏ ସୁ-ସଂସ୍କାର ପାଇଥିବା ସନ୍ତାନ ନିଜ ପିତାମାତା ଙ୍କୁ ଗୌରବାନ୍ଵିତ କରିଥାଏ । ଆଜିକାଲି କର୍ମ ବହୁଳ ଜୀବନରେ ପ୍ରାୟ ଉଭୟ ମାତା ପିତା ନିଜ କାର୍ଯ୍ୟ କ୍ଷେତ୍ରରେ ବେସ୍ତ ରହୁଛନ୍ତି । ଯାହାଦ୍ଵାରା ସନ୍ତାନ ମାନେ ଅନ୍ୟ ପରିଚାରିକା ମାନଙ୍କ ସହିତ ନିଜର ସମୟ ଅତିବାହିତ କରୁଛନ୍ତି ।
ଯାହାକି ସେମାନଙ୍କ ଉପରେ ଅଧିକାଂଶ ମାତ୍ରାରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଉଛି । ତେଣୁ ଶିଶୁ ମନୋବିଜ୍ଞାନି ମାନେ ଏଥିପ୍ରତି ଧ୍ୟାନ ଦେବାକୁ କହି ଥାଆନ୍ତି । ଆଜିକାଲି ପିଲାମାନଙ୍କ ମଧ୍ୟରେ ପିତାମାତା ମାନେ କିଛିଟା ଭଲ ଶିକ୍ଷା ଓ ସଂସ୍କାର ଦେବା ନିହାତି ଜରୁରୀ । ତେଣୁ ମାତାପିତାଙ୍କ ୩ବର୍ଷର ଯେତେବେଳେ ସନ୍ତାନ ହୋଇଥିବ ତାକୁ କିଛିଟା ଭଲ ଶିକ୍ଷା ଦେବା ଆବଶ୍ୟକ ।
-ନିଜ ସନ୍ତାନ କୁ ପରିବାର ରେ ରହୁଥିବା ଗୁରୁଜନ ମାନଙ୍କ ସହିତ ସମୟ ଅତିବାହିତ କରିବାକୁ ସିଖାନ୍ତୁ । ଯେପରିକି ଜେଜେ, ଜେଜେମା, ଦାଦା ଖୁଡି, ସମସ୍ତ ଙ୍କୁ ନେଇ ଚାଲିବା ଶିଖାନ୍ତୁ। ଯାହା ତାଙ୍କୁ ଭବିଷ୍ୟତ ରେ କାମରେ ଲାଗିବ ।
-ଯଦି ପରିବାରରେ କେହି ତା ବ୍ୟତୀତ ଅନ୍ୟ ଛୋଟ ବଡ଼ ଭାଇ ଭଉଣୀ ରହୁଛନ୍ତି ତେବେ ସେମାନଙ୍କ ସହିତ ପ୍ରତ୍ୟେକ ଜିନିଷ ବାଣ୍ଟି ଖାଇବା ଓ ବ୍ୟବହାର କରିବାକୁ ଶୀଖାନ୍ତୁ ।
-ସକାଳେ ଓ ସନ୍ଧ୍ୟା ସମୟରେ ଆଧ୍ୟାତ୍ମିକ ଗପ କିମ୍ବା ପୁରାଣ ରେ କୌଣସି କଥା ଶୁଣାଇବା କୁ ଚେଷ୍ଟା କରନ୍ତୁ । ଯାହାଦ୍ଵାରା ଆପଣଙ୍କ ସନ୍ତାନ ବିଭିନ୍ନ ଆଧ୍ୟାତ୍ମିକ କଥା ଜାଣି ପାରିବ ଓ ନିଜର ପରମ୍ପରା ସଂସ୍କୃତି ବିଷୟରେ ଜ୍ଞାନ ହେବ ।
-ଆଜିକାଲି ସମସ୍ତ ଙ୍କ ଘରେ ପ୍ରାୟ ପରିଚାରକ ଓ ପରିଚାରିକା ରହିଛନ୍ତି । ନିଜ ସନ୍ତାନକୁ ସବୁବେଳେ ଶିକ୍ଷା ଦିଅନ୍ତୁ ସେମାନଙ୍କ ସହିତ ଭଲ ବ୍ୟବହାର କରିବ । ଯେପରି ସେମାନଙ୍କୁ କଷ୍ଟ ହେଉଥିବା ଭଳି ଭାଷା ପ୍ରୟୋଗ କରିବ ନାହିଁ ।
-ନିଜର ସନ୍ତାନର ପାଠ ପଢିବା ପାଇଁ ସମୟ ଧାର୍ଯ୍ୟ କରନ୍ତୁ । ପ୍ରତିଦିନ ସନ୍ଧ୍ୟା ସମୟରେ ପାଠ ପଢ଼ିବା ପାଇଁ ବସାନ୍ତୁ । ଯେପରି ପାଠ ପ୍ରତି ଶ୍ରଦ୍ଧା ଉପୂ ଯିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
-ସବୁବେଳେ ନିଜ ସନ୍ତାନକୁ ଆଡଜଷ୍ଟ୍ କରିବା ଶିଖନ୍ତୁ । ଘରେ ଥାଉ ନଥାଉ ସ୍ୱଳ୍ପ ଖର୍ଚ୍ଚ ରେ ଚଳିବା ସବୁବେଳେ ଶିଖନ୍ତୁ । କାରଣ ଜୀବନରେ ଯେ କୌଣସି ପରିସ୍ଥିତି ହେଉ ନା କାହିଁକି ଆପଣଙ୍କ
ସନ୍ତାନ ଖୁସିରେ ଚଳି ପାରିବ ।