ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ
ଜାତିସଂଘ ମହାସଭାର ୭୭ ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ଦେଇଥିବା ଭାରତ ବିରୋଧୀ ବୟାନର କଡା ଜବାବ ଦେଇଛି ଭାରତ । ଚିରାଚରିତ ଅଭ୍ୟାସବଶତଃ ବିଶ୍ୱମଞ୍ଚରେ ପାକିସ୍ତାନ ପୁଣି ଉଗାଳିଥିଲା ଭାରତ ବିରୋଧୀ ମନ୍ତବ୍ୟ। ହେଲେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି।
ଭାରତ ପକ୍ଷରୁ ସେକ୍ରେଟେରୀ ମିଜିଟୋ ବିନିଟୋ କାଶ୍ମୀର ପ୍ରସଙ୍ଗ ଉପରେ ଶରୀଫ ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଇସ୍ଲାମବାଦକୁ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା କହିଛନ୍ତି। ବିନିଟୋ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଆଣିଥିବା ମିଛ ଅଭିଯୋଗ ଆଣିବା ପାଇଁ ଏକ ପ୍ରତିଷ୍ଠିତ ସଭାକୁ ବାଛିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ସେ ନିଜ ଦେଶର ଭୁଲ କାମକୁ ଲୁଚାଇବା ପାଇଁ ଏବଂ ଭାରତ ବିରୋଧରେ କରୁଥିବା କାମକୁ ଠିକ ବୋଲି ସାବ୍ୟସ୍ତ କରିବା ପାଇଁ ଏପରି କହିଛନ୍ତି। ହେଲେ ସାରା ବିଶ୍ୱ ଜାଣିଛି ପାକିସ୍ତାନ କ’ଣ କରୁଛି।