ଏଥର ଅନ୍‌ଲାଇନ ଗେମ୍‌ରୁ ରୋଜଗାର କରୁଥିଲେ ଦେବାକୁ ପଡି଼ବ ଟିକସ

0

ଏଥର ଅନ୍‌ଲାଇନ ଗେମ୍‌ ଖେଳି ଯଦି ଆପଣ ରୋଜଗାର କରୁଛନ୍ତି ତେବେ ଦବାକୁ ପଡିବ ଟିକସ । ପୂର୍ବ ଆର୍ଥିକ ବର୍ଷରେ ଯଦି କେହି ଏଭଳି ରୋଜଗାର କରିଛନ୍ତି ତେବେ ସେ ଏଥର ଟିକସ ଦେବେ। ଅପ୍‌ଡେଟ ହୋଇଥିବା ଆୟକର ରିଟର୍ଣ୍ଣ (ଆଇଟିଆର) ମଧ୍ୟ ବ୍ୟକ୍ତି ବିଶେଷ ଫାଇଲ୍‌ କରିବେ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।

ସିବିଡିଟି ଅଧ୍ୟକ୍ଷ ନୀତିନ ଗୁପ୍ତା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଅନ୍‌ଲାଇନ ଗେମ୍‌, ଲଟେରୀ ଏବଂ ବେଟିଂ ଭଳି କ୍ଷେତ୍ରରେ ଟିକସଦାତା ଆଇଟିଆର୍‌-ୟୁ ବ୍ୟବହାର କରିପାରିବେ । ଏଭଳି ଟିକସଦାତାଙ୍କ ଲାଗି ଟିକସ ପ୍ରଦାନ କରିବାକୁ ଉକ୍ତ ପଦକ୍ଷେପ ନିଆଯାଇଛି । ଯେଉଁମାନେ ଏହାର ଅବମାନନା କରିବେ ସେମାନଙ୍କ ବିରୋଧରେ ଆୟକର ଆଇନ ଅନୁସାରେ ଜରିମାନା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଆଇଟିଆର୍‌ୟୁ (ଇନକମ୍‌ ଟାକ୍ସ ଅପ୍‌ଡେଟେଡ) ଭାବେ ବିବେଚିତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ବଜେଟ ୨୦୨୨ ସମୟରେ ଘୋଷଣା କରିଥିଲେ । ଆୟକର ଆଇନ ୧୯୬୧ର ଧାରା ୧୩୯ (୮ଏ)ରେ ଏହା ଫାଇଲ କରାଯିବାର ନିୟମ ରହିଛି ।

ଲୋକମାନେ ସେମାନଙ୍କ ଟିକସଯୋଗ୍ୟ ଆକଳନରେ କୌଣସି ତ୍ରୁଟି କରିଥିଲେ ଆଇଟିଆର୍‌ୟୁ କିମ୍ବା ଅପ୍‌ଡେଟେଡ ରିଟର୍ଣ୍ଣ ଫାଇଲ କରି ତ୍ରୁଟିକୁ ସୁଧାରିପାରିବେ । ଆଇଟିଆର୍‌ ଫାଇଲ କରିଥିଲେ ଏବଂ କୌଣସି ଆୟକୁ ସାମିଲ କରି ନ ଥିଲେ ଏଭଳି ବ୍ୟବସ୍ଥା ଦ୍ୱାରା ପୁଣି ଥରେ ରିଟର୍ଣ୍ଣ ଫାଇଲ କରିହେବ । ଏହା ଉପରେ ଅତିରିକ୍ତ ୨୫%ରୁ ୫୦% ଟିକସ ଦେବାକୁ ପଡ଼ିବ । ବର୍ତ୍ତମାନ ଆର୍ଥିକ ବର୍ଷ ୨୦୧୯- ୨୦, ୨୦୨୦-୨୧ କିମ୍ବା ଆସେସମେଣ୍ଟ ବର୍ଷ ୨୦୨୦-୨୧, ୨୦୨୧-୨୨ ଲାଗି ଆଇଟିଆର୍‌ ୟୁ ଫାଇଲ୍‌ କରିହେବ ।

Leave a comment