ରାତିରେ ବାରମ୍ବାର ପରିସ୍ରା ଲାଗୁଛି କି, ହୋଇଯାନ୍ତୁ ସାବଧାନ ହୋଇପାରେ ଏଭଳି ସମସ୍ୟା
ଆପଣ ନିଶ୍ଚୟ ଭାବେ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ରାତିରେ ବାରମ୍ବାର ପରିସ୍ରା କରିବାକୁ ଯାଆନ୍ତି । ଆପଣ ଜାଣନ୍ତି କି ରାତିରେ ବାରମ୍ବାର ପରିସ୍ରା ଲାଗିବା ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ସୂଚନା ଦେଇଥାଏ । ରାତିରେ ସାଧାରଣତ ଅଧିକ ପରିସ୍ରା ଲାଗିବା ସମସ୍ୟାକୁ ଡାକ୍ତରୀ ଭାଷାରେ ନୋକ୍ଟୁରିଆ କୁହାଯାଏ । ଜାଣନ୍ତୁ ଏହି ରୋଗ ବିଷୟରେ ବିସ୍ତୃତ ଭାବରେ …
ଡାକ୍ତରମାନଙ୍କ କହିବା ଅନୁସାରେ ରାତିରେ ଥରେ କିମ୍ବା ଦୁଇଥର ପରିସ୍ରା ଲାଗିବା ସ୍ୱାଭାବିକ, କିନ୍ତୁ ଅଧିକ ପରିସ୍ରା କରିବା ସ୍ୱାସ୍ଥ୍ୟ ଖରାପ ଥିବାକୁ ସୂଚାଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, ‘ଯଦି ଆପଣ ରାତିରେ ବାରମ୍ବାର ପରିସ୍ରା ଲାଗିବା ସମସ୍ୟା ଦେଇ ଗତି କରୁଛନ୍ତି ଓ ଆପଣ କୌଣସି ଅଜବ ପରିବର୍ତ୍ତନ ଅନୁଭବ କରୁଛନ୍ତି, ତେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବାରେ ବିଳମ୍ବ କରନ୍ତୁ ନାହିଁ ।’
ବିଶେଷଜ୍ଞଙ୍କ ଅନୁଯାୟୀ, ରାତିରେ ପରିସ୍ରା ଲାଗିବା ପଛରେ ଅନେକଗୁଡ଼ିଏ ସମସ୍ୟା ହୋଇପାରେ । କିନ୍ତୁ ଏହି ବିଷୟ ବିଷୟରେ ଅଧିକ ଚିନ୍ତା କରିବା ପୂର୍ବରୁ, ଏହାର ସାଧାରଣ ଓ କମ୍ ସମ୍ବନ୍ଧୀୟ ଟ୍ରିଗରଗୁଡ଼ିକୁ ଚିହ୍ନିବା ଜରୁରୀ । କଫିନ୍, ମଦ୍ୟପାନ, ଧୂମପାନ, ଷ୍ଟ୍ରେସ କିମ୍ବା ଇନ୍ଜାଇଟି ମଧ୍ୟ ଏହାର କାରଣ ହୋଇପାରେ । ମଦ୍ୟପାନ କିମ୍ବା କଫିନ୍ ଯୁକ୍ତ ପାନୀୟ ଯେପରିକି ଚା, କଫି ଓ ଫିଜି ପାନୀୟରେ ଡାଇୟୁରେଟିକ୍ ଥାଏ । ଏହାର ଅର୍ଥ ହେଉଛି, ସେଗୁଡିକ ପିଇବା ପରେ ଶରୀର ଅଧିକ ପରିସ୍ରା ପ୍ରଡ୍ୟୁସ କରିଥାଏ ।
ଏହି ସମସ୍ୟା ନୋକ୍ଟୁରିଆ ରୋଗ ସହିତ ମଧ୍ୟ ଜଡିତ ହୋଇପାରେ । ସାଧାରଣତ ଏହି ରୋଗ ଅତ୍ୟନ୍ତ ବିପଜ୍ଜନକ ନୁହେଁ । ନୋକ୍ଟୁରିଆ ରୋଗ ବୃଦ୍ଧାବସ୍ଥା ଓ ହରମୋନରେ ପରିବର୍ତ୍ତନ ସହିତ ଜଡିତ । କିନ୍ତୁ ବେଳେବେଳେ ଏହାର ଭୟଙ୍କର ପରିଣାମ ମଧ୍ୟ ଦେଖାଯାଏ । NHS ଅନୁଯାୟୀ, ନୋକ୍ଟୁରିଆ ପ୍ରାୟତଃ ମୂତ୍ରନଳୀ ସଂକ୍ରମଣ (UTI) କିମ୍ବା ମୂତ୍ର ସଂକ୍ରମଣର ଜଟିଳତା ହୋଇପାରେ, ଯାହା ପେଟରେ ଯନ୍ତ୍ରଣା କିମ୍ବା ପରିସ୍ରା ପାସ କରିବାରେ ଅସୁବିଧା ସୃଷ୍ଟି କରିପାରେ ।
ଏହା ବ୍ୟତୀତ ରାତିରେ ବାରମ୍ବାର ପରିସ୍ରା କରିବାର ସମସ୍ୟା ମଧ୍ୟ ପ୍ରୋଷ୍ଟେଟ କ୍ୟାନସର ସହିତ ଜଡିତ ହୋଇପାରେ । ରାତିରେ ବାରମ୍ବାର ପରିସ୍ରା କରିବା ସମସ୍ୟା ମଧ୍ୟ ମଧୁମେହ ସହିତ ମଧ୍ୟ ଜଡିତ ହୋଇପାରେ, ଯାହା ଟାଇପ୍-୨ ମଧୁମେହର ଏକ ସାଧାରଣ ଲକ୍ଷଣ । ଅବଶ୍ୟ, ଓଜନ ହ୍ରାସ, ପ୍ରାଇଭେଟ ପାର୍ଟ ନିକଟରେ କୁଣ୍ଢେଇ ହେବା ଓ ଶୋଷ ଲାଗିବା ଭଳି ଲକ୍ଷଣ ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ ଅଟେ ।
ରାତିରେ ଅଧିକ ପରିସ୍ରା ହେବାର କାରଣ:
-ବ୍ଲାଡର ପ୍ରଲେପ୍ସ
-ପ୍ରୋଷ୍ଟେଟ କିମ୍ବା ପ୍ରଲେପ୍ସ ଅଂଚଳରେ ଟ୍ୟୁମର
-କିଡନୀ ଇନଫେକ୍ସନ
-ଅବ୍ଷ୍ଟ୍ରକ୍ଟିଭ ସ୍ଲିପ ଏପନିଆ