ମିଳିଲା ଲାଇସେନ୍ସ, ରାଉରକେଲାରେ ହେବ ରାଜ୍ୟର ୩ୟ ବିମାନବନ୍ଦର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ଇସ୍ପାତ ନଗରୀରେ ପ୍ରତିଷ୍ଠା ହେବ ରାଜ୍ୟର ତୃତୀୟ ବିମାନବନ୍ଦର । ଏଥିପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ(ଡିଜିସିଏ) ପକ୍ଷରୁ ଲାଇସେନ୍ସ ମିଳିସାରିଛି । ସୋମବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ଟୁଇଟ୍‌ରେ ଉଲ୍ଲେଖ ରହିଛି ଯେ, ରାଉରକେଲାରେ ଓଡ଼ିଶାର ତୃତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଗତ ୭ତାରିଖରେ ଲାଇସେନ୍ସ ପ୍ରଦାନ କରାଯାଇଛି । ଓଡ଼ିଶାର ଶିଳ୍ପ ରାଜଧାନୀ ରାଉରକେଲାରେ ବିମାନବନ୍ଦର ପ୍ରତିଷ୍ଠା ହେଲେ ଏହା ଦେଶର ଅନ୍ୟଭାଗ ସହିତ ଯୋଡ଼ିହେବାର ସୁଯୋଗ ସୃଷ୍ଟି ହେବ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ନିର୍ମାଣ ହୋଇଥିଲା । ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଥିଲେ । ଏହା ଭିତରେ ରାଜ୍ୟର ଆଉ ଏକ ନୂତନ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଡିଜିସିଏ ପକ୍ଷରୁ ଲାଇସେନ୍ସ ମିଳିବା ପରେ ରାଉରକେଲାରେ ଖୁସିର ଲହରି ଖେଳିଯାଇଛି ।

Leave a comment