ପରିବାର କୁ ନେଇ ଚିନ୍ତାରେ ପୋଲିସ ଅଧକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ପୋଲିସ ଅଧିକାରୀ ସ୍ପେଶାଲ ସ୍କ୍ୱାର୍ଡ ଏସିପି ସଞ୍ଜୀବ ଶତପଥୀ ଙ୍କ ପୁଅର ଦୁର୍ଘଟଣା ବଶତଃ ମୃତ୍ୟୁ ପରେ ସମସ୍ତ ପୋଲିସ ଅଧିକାରୀ ଏକପ୍ରକାର ସ୍ତବ୍ଧ ହୋଇପଡିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେ ବୁଝାଇଲେ ମଧ୍ୟ ମନ ବୁଝୁନାହିଁ । କାରଣ ପରିବାର ପ୍ରତି ସମୟ ଦେଇପାରୁନଥିବା ଚିନ୍ତା ରେ ଭାଙ୍ଗି ପଡୁଛନ୍ତି କମିଶନରେଟ ପୋଲିସ ଅଧିନସ୍ଥ ଥାନା ରେ ଥିବା କାର୍ଯ୍ୟରତ ଅଧିକାରୀ ମାନେ । ନା ଡିଉଟି ର ସମୟ ସୀମା ଅଛି ନା ସାପ୍ତାହିକ କୌଣସି ଛୁଟି ଦିନ ଅଛି । ଦୁର୍ଗାପୂଜା ହେଉ କିମ୍ବା ବିଶ୍ୱକପ ହକି ହେଉ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟି ରେ ରଖି ଦିନରାତି କରିଥାନ୍ତି ନିଜ ଡିଉଟି । କିନ୍ତୁ ନିଜ ପରିବାର ସହ ଏହର ମଜାନେବାକୁ ସେମାନେ ସମୟ ଦେଇପରନ୍ତିନାହିଁ । କମ୍ପୁଟର ର ରିଲାକ୍ସ ପାଇଁ ରିଷ୍ଟାଟ କରାଯାଉଛି ହେଲେ ଥାନା ଓ ଫିଲଡ଼ ରେ କାର୍ଯ୍ୟରତ ମଣିଷ କୁ କମ୍ପୁଟର ଠାରୁ ମାତ୍ରଧିକ କାର୍ଯ୍ୟଭାର ଲଦି ଦିଆଯାଉଛି । ଯାହାଦ୍ୱାରା ମାନସିକ ସ୍ତରରେ ସେମାନେ ଏକପ୍ରକାର ଦୁର୍ବଳ ହୋଇଯାଉଛନ୍ତି । ନିରନ୍ତର କାର୍ଯ୍ୟ କରିବା ଦ୍ବାରା ସହର ର ଅପରାଧ ତ କମାଇଛନ୍ତି ମାତ୍ର ପରିବାରକୁ ସମୟ ଦେଇନପାରିବାରୁ ପୋଲିସ ଅଧିକାରୀମାନେ ନିଜ ପାରିବାରିକ ଖୁସି କୁ ହରାଇଛନ୍ତି । ସେମାନେ ଅନିଚ୍ଛାକୃତ ଭାବରେ ପରିବାର ଠାରୁ ଦୂରରେ ରହି ଅନେକ ବଳିଦାନ ଦେଇଚାଲିଛନ୍ତି । ଏହିପରି ବିନା ଛୁଟି ରେ ନିରନ୍ତର କାର୍ଯ୍ୟ କରିବା ଦ୍ୱାରା ଅନେକ ସମୟରେ ସେମାନେ ଅପରାଧୀ ଓ ଜନସାଧାରଣ ଙ୍କ ପ୍ରତି ଶକ୍ତ ମନୋଭାବ ପୋଷଣ କରୁଛନ୍ତି । ଯାହାକି ତାଙ୍କ ମାନସିକ ଅଶାନ୍ତିର ନିଦର୍ଶନ ମାତ୍ର । ତେଣୁ ବରିଷ୍ଠ ପୋଲିସ ଅଧିକାରୀ ସ୍ପେଶାଲ ସ୍କ୍ୱାର୍ଡ ଏସିପି ସଞ୍ଜୀବ ଶତପଥୀ ଙ୍କ ପୁଅର ଅକସ୍ମାତ ମୃତ୍ୟୁ ପରେ ରାଜ୍ୟ ସରକାର ଓ ବରିଷ୍ଠ ପୋଲିସ ଅଧିକାରୀ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହିତ ନେବା ସହ ପୋଲିସ ଅଧିକାରୀ ଙ୍କ ସଂଖ୍ୟା ବଢ଼ାଇବା ନିତ୍ୟାନ୍ତ ଜରୁରୀ ହୋଇପଡିଛି । ଏହାସହ ସେମାନଙ୍କ ପାଇଁ କିଛି ଅବକାଶ ର ମଧ୍ୟ ବ୍ୟବସ୍ଥା କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ଯାହାଦ୍ୱାରା ପୋଲିସ ଅଧିକାରୀଙ୍କ ଉପରେ ପଡୁଥିବା ଚାପ କମିବା ସହ ସେମାନେ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ଯାହାକି ତାଙ୍କର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି କରିବ । ଯଦି ରାଜ୍ୟ ସରକାର ପୋଲିସ ଅଧିକାରୀ ଙ୍କ ପାଇଁ ଏଭଳି କୌଣସି ପଦକ୍ଷପ ନିଅନ୍ତି ତେବେ ସେ ଅନ୍ୟ ରାଜ୍ୟପାଇଁ ଉଦାହରଣ ହୋଇପାରିବେ ।