ବିଜେଡି ର ଦିଲ୍ଲୀ ସମାବେଶକୁ ଟାର୍ଗେଟ କରି ବିଜେପି କୃଷକ ମୋର୍ଚ୍ଚା ର ସଚିବାଳୟ ଘେରାଉ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରକୁ ଦିଲ୍ଲୀରେ ଘେରିଛି ବିଜେଡି । ଅନ୍ୟପଟେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ରେ ସଚିବାଳୟ ଘେରୋଉ କାର୍ଯ୍ୟକ୍ରମ ରଖିଛି । ଏହି ଦୁଇଦଳର ଟଣାଓଟରା ରାଜ୍ୟ ରାଜନୀତି କୁ ଆହୁରି ଉଷ୍ମ କରିଦେଇଛି । ଆଜି ସଚିବାଳୟ ସମ୍ମୁଖରେ ବିଜେପି କୃଷକ ମୋର୍ଚ୍ଚା ବିଜେଡିକୁ କାଉଣ୍ଟର ଆଟାକ କରିବାକୁ ହାଜର କର୍ମୀ ବିଜେପି କାର୍ଯ୍ୟାଳୟରୁ ବାହାରି ସଚିବାଳୟ ଅଭିମୁଖେ ବାହାରିଥିଲେ । ବିଜେଡି ସରକାରର ଲୋକଦେଖାଣିଆ ଚାଷୀ ପ୍ରୀତିକୁ ସମାଲୋଚନା କରିବା ସହ ସଚିବାଳୟ ଘେରାଉ ସମୟରେ ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଦୀର୍ଘ ୯ବର୍ଷ ହେଲା ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ଜାରି ରଖିଛି । ମାତ୍ର ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ କୃଷକଙ୍କ ପ୍ରତି କୌଣସି ଦରଦ ଥିବା ପରିଲକ୍ଷିତ ହେଉନାହିଁ । ଲୋକ ଦେଖାଣିଆ ଯାଇ ଦିଲ୍ଲୀରେ ଧାରଣା ଦେଇଛନ୍ତି । ଧାନମଣ୍ଡିରେ ଅବ୍ୟବସ୍ଥା କହିଲେ ନସରେ, ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ସରକାର ଧାନ କିଣି ପାରୁ ନାହାଁନ୍ତି । ଅଭାବୀ ବିକ୍ରି କରିବାକୁ ପଡୁଛି ନଚେତ ପଡୋଶୀ ରାଜ୍ୟରେ ନେଇ ଧାନ ବିକ୍ରି କରିବାକୁ ପଡୁଛି । ଛତିଶଗଡ଼ ସରକାର ଧାନ କ୍ୱିଣ୍ଟାଲ ପିଛା ୭୫୦ଟଙ୍କା ବୋନସ ଘୋଷଣା କରି ୨୫୦୦ଟଙ୍କାରେ ଧାନ କିଣିବାକୁ ନିଷ୍ପତ୍ତି ନେଇଥିବାବେଳେ ଓଡ଼ିଶାରେ ରାଜ୍ୟ ସରକାର କାହିଁକି ନିଜେ ମାନିଥିବା ୨୯୩୦ଟଙ୍କା ଚାଷୀଙ୍କୁ ଦେବାକୁ ବୋନସ ଘୋଷଣା କରୁନାହାନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ପ୍ରଶ୍ନ କରିଛନ୍ତି ।

ବିଜେପି କୃଷକ ମୋର୍ଚ୍ଚାର ସଚିବାଳୟ ଘେରାଉ କୁ ନଜରରେ ରଖି ରାଜ୍ୟ ସଚିବାଳୟରେ ପୂର୍ବରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ସୁରକ୍ଷା ବଳୟକୁ ଭାଙ୍ଗି ବିକ୍ଷୋଭକାରୀ ସଚିବାଳୟକୁ ଧସେଇ ପସିବାକୁ ଉଦ୍ୟମ କରିବା ବେଳେ ପୁଲିସ ଓ ବିକ୍ଷୋଭକାରୀ ଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave a comment

You cannot copy content of this page