ତ୍ରିରଙ୍ଗା ପାଇଁ ଆହାର ଉପରେ ପ୍ରହାର, ପତାକା ନ କିଣିଲେ ରାସନ ମନା
ଦେଶ ଚଳିତ ବର୍ଷ ପାଳନ କରିବ ୭୫ ତମ ସ୍ବାଧୀନତା ଦିବସ । ତେବେ ଏ ନେଇ ସରକାର ଆରମ୍ଭ କରିଛନ୍ତି ‘ହର ଘର ତ୍ରିରଙ୍ଗା’ ଅଭିଯାନ । ଗୋଟିଏ ପଟେ ଗରିବ ଲୋକଙ୍କୁ ଖାଇବାକୁ ଦ୍ଵିମୁଠା ମିଳୁନଥିବାବେଳେ ସେମାନେ ତ୍ରିରଙ୍ଗା ପତାକା କିଣିବେ କେଉଁଠୁ ? ମାତ୍ର ଏହି ଅଭିଯାନ ନାଁରେ କିଛି ସ୍ଥାନରେ ଗରିବ ଲୋକଙ୍କୁ ଶୋଷଣ କରାଯାଉଛି । କହିବାର ଅର୍ଥ ହେଉଛି ଯଦି ଆପଣ ତ୍ରିରଙ୍ଗା ପତାକା ନ କିଣୁଛନ୍ତି ଆପଣଙ୍କୁ ରାସନ ମଧ୍ୟ ମିଳିବ ନାହିଁ । ଏଥିସହ ଏହାକୁ ନେଇ ଉତ୍ତୋଳନ କଲେ ଅପମାନ ସହିବାକୁ ପଡୁଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ । ଦେଖନ୍ତୁ ଭିଡିଓ…
आजादी की 75वीं वर्षगाँठ का उत्सव गरीबों पर ही बोझ बन जाए तो दुर्भाग्यपूर्ण होगा।
राशनकार्ड धारकों को या तिरंगा खरीदने पर मजबूर किया जा रहा है या उसके बदले उनके हिस्से का राशन काटा जा रहा है।
हर भारतीय के हृदय में बसने वाले तिरंगे की कीमत गरीब का निवाला छीन कर वसूलना शर्मनाक है। pic.twitter.com/pYKZCfGaCV
— Varun Gandhi (@varungandhi80) August 10, 2022
ହରିୟାଣା କରନାଲ୍ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓକୁ ରିଟ୍ବିଟ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ସେ ଭିଡିଓକୁ ରିଟ୍ବିଟ କରି ସିଧାସଳଖ କେନ୍ଦ୍ର ସରକାର ଏବଂ ‘ହର ଘର ତ୍ରିରଙ୍ଗା’ ଅଭିଯାନ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ଉପରେ ବୋଝ ଲଦିଦେବା ଦୁର୍ଭାଗ୍ୟଜନକ। ଦେଶର ରାସନ କାର୍ଡ ଧାରକଙ୍କୁ ତ୍ରିରଙ୍ଗା କିଣିବା ପାଇଁ ବାଧ୍ୟ କରାଯାଉଛି। ତ୍ରିରଙ୍ଗା ନ କିଣିଲେ ତାଙ୍କ ଭାଗର ରାସନ କାଟି ଦିଆଯାଉଛି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଥିବା ତ୍ରିରଙ୍ଗାର ମୂଲ୍ୟ ଗରିବଙ୍କ ଖାଦ୍ୟ ଛଡାଇ ଆଦାୟ କରିବା ଲଜ୍ଜାଜନକ।
ସେ ସେୟାର କରିଥିବା ଭିଡିଓରେ କିଛି ଲୋକ କହୁଛନ୍ତି ଯେ ରାସନ କିଣିବାକୁ ତାଙ୍କ ପାଖରେ ପଇସା ନାହିଁ। ତ୍ରିରଙ୍ଗା କିଣିବାକୁ ସେମାନେ ୨୦ ଟଙ୍କା କୋଉଠୁ ଆଣିବେ। ଏପରି କରିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି ରାସନ ଡିଲର କହୁଛନ୍ତି। ୨୦ ଟଙ୍କା ଦେଇ ପତାକା ନ କିଣିଲେ ଅଗଷ୍ଟ ମାସର ରାସନ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏହି ଭିଡିଓକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ବିଜେପି ଜାତୀୟତାବାଦ ବିକ୍ରି କରୁଛି ଏବଂ ଲୋକଙ୍କ ଆତ୍ମ ସମ୍ମାନ ପ୍ରତି ଆଞ୍ଚ ଆଣୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।