ଏହି ୩ଟି ନୂଆ ଫିଚର ଆଣୁଛି ହ୍ବାଟସ ଆପ୍; ଯାହା ଫଳରେ ଆହୁରି ପାଇବେ ପ୍ରାଇଭେସି
ହ୍ବାଟସ ଆପ୍ ଖୁବ ଶୀଘ୍ର ନିଜର ଉପଭୋକ୍ତାମାନଙ୍କ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଯାହା ଫଳରେ ଉପଭୋକ୍ତାମାନେ ନିଜର ପ୍ରାଇଭେସି ଅଧିକ ମେଣ୍ଟେନ କରିପାରିବେ, ଏ ନେଇ କମ୍ପାନୀ ମାଲିକ ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ‘ଅନଲାଇନ୍ ପ୍ରେଜେନ୍ସନ୍’, ‘ସ୍କ୍ରିନସଟ୍ ବ୍ଲକିଂ’ ଏବଂ ‘ଲିଭ ଗ୍ରୁପ ସାଇଲେନଣ୍ଟଲି’ ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା ଏହି ତିନୋଟି ଫିଚର ବିଷୟରେ…
ଅନଲାଇନ୍ ପ୍ରେଜେନ୍ସନ୍:
ହ୍ବାଟସ ଆପ୍ ଏହି ମାସରେ ଏକ ଫିଚର ଆଣିବାକୁ ଯାଉଛି, ଯେଉଁଥିରେ ଉପଭୋକ୍ତାମାନେ ଅନଲାଇନରେ କିଏ ରହିବେ ତାହା ସ୍ଥିର କରିବାର ଅଧିକାର ପାଇବେ, ଅର୍ଥାତ୍ ବର୍ତ୍ତମାନ ଉପଭୋକ୍ତାମାନେ ବିଭିନ୍ନ ଲୋକଙ୍କୁ ସେଟ୍ କରିବାକୁ ସମର୍ଥ ହେବେ, ଯେଉଁମାନେ ସେମାନଙ୍କୁ ଅନଲାଇନ୍ ଦେଖିପାରିବେ।
‘ଭ୍ୟୁ ୱାନସ ମେସେଜ୍’ ସ୍କ୍ରିନସଟ୍ ବ୍ଲକିଂ:
ହ୍ବାଟସ ଆପ୍ ନିକଟରେ ‘ଭ୍ୟୁ ୱାନସ ମେସେଜ୍’ ଫିଚର ସୁବିଧା ଆରମ୍ଭ କରିଛି , ଯାହା ମାଧ୍ୟମରେ ମେସେଜକୁ ଥରେ ପଢିବା ପରେ ଆପେ ଆପେ ଅଦୃଶ୍ୟ ହୋଇଯିବ |
ତେବେ ବାରମ୍ବାର ମେସେଜ ସ୍କ୍ରିନସଟ ନେବା ବିଷୟରେ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତି ନେଇଛି ହ୍ବାଟସ ଆପ୍ l
ଲିଭ ଗ୍ରୁପ ସାଇଲେନଣ୍ଟଲି:
ହ୍ବାଟସ ଆପ୍ ଆଉ ଏକ ଫିଚର ଆରମ୍ଭ କରିବା ପାଇଁ ନିଷ୍ପତି ନେଇଛି, ଯାହା ଦ୍ୱାରା ଜଣେ ଗ୍ରୁପରୁ ଚୁପ ଚାପ ଭାବେ ବାହାରି ପାରିବ |