ବର୍ଷା ପାଣି ଚମକାଇବ ଭାଗ୍ୟ; କରନ୍ତୁ ଏଭଳି ଉପାୟ

0

ଏବେ ଚାରିଆଡେ ଜାରି ରହିଛି ବର୍ଷା । ବର୍ଷା ପାଣି ଫସଲ ସହ ଅନ୍ୟ କାର୍ଯ୍ୟ ପାଇଁ ଯେତେ ଆବଶ୍ୟକ ବାସ୍ତୁରେ ମଧ୍ୟ ଏହାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଅନୁଯାୟୀ, ବର୍ଷା ପାଣି ସହ ଜଡିତ ଏଭଳି କିଛି ଉପାୟ ରହିଛି,ଯାହା ଦ୍ୱାରା ବ୍ୟକ୍ତି କରଜ ସମସ୍ୟାରୁ ମୁକ୍ତି ପାଇବା ସହ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।ଜାଣନ୍ତୁ….

କୌଣସି ବ୍ୟକ୍ତିଙ୍କ ବ୍ୟବସାୟରେ କ୍ଷତି ହେଉଥିଲେ,ବର୍ଷା ପାଣି ପିତ୍ତଳର ଏକ ବାସନରେ ଏକତ୍ରିତ କରି ରଖନ୍ତୁ। ଏହାପରେ ଏକାଦଶୀ ଦିନ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ଏହି ଜଳରେ ଅଭିଷେକ କରନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ।

କରଜରୁ ମୁକ୍ତି ପାଇବା ପାଇଁ ବର୍ଷା ଜଳ କିଛି ଏକ ପାତ୍ରରେ ରଖି ପ୍ରଭୁ ହନୁମାନଙ୍କ ନିକଟରେ ରଖନ୍ତୁ। ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ୫୨ ଥର ହନୁମାନ ଚାଳିସା ପାଠ କରନ୍ତୁ। ଘରର କୋଣ ଜାଗାରେ ଏହି ପାଣି ଛିଞ୍ଚନ କରନ୍ତୁ।

ଆର୍ଥିକ ସମସ୍ୟା ଲାଗି ରହୁଥିଲେ,ମାଟି ପାତ୍ରରେ ବର୍ଷା ପାଣି ରଖି ଏହାକୁ ଐଶାନ୍ୟ କୋଣରେ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ।

ଧନର ଅଭାବ ଲାଗି ରହୁଥିଲେ,ଏକ ପାତ୍ରରେ ବର୍ଷା ଜଳ ନେଇ ଘରର ଛାତରେ ରଖନ୍ତୁ। ସୂର୍ଯ୍ୟଙ୍କ କିରଣ କିଛି ସମୟ ପଡିବା ପରେ ନିଜ ଇଷ୍ଟ ଦେବତାଙ୍କ ନାମ ନେଇ ଆମ୍ବ ପତ୍ରରେ ଏହି ପାଣିକୁ ଛିଞ୍ଚି ଦିଅନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ମିଳିଥାଏ।
ବାସ୍ତୁ ଅନୁଯାୟୀ,କୌଣସି ବ୍ୟକ୍ତିଙ୍କର କରଜ ଲାଗି ରହୁଥିଲେ ବର୍ଷା ପାଣି ଏକ ବାଲଟିରେ ଭର୍ତ୍ତି କରି ରଖନ୍ତୁ। ଏଥିରେ କ୍ଷୀର ମିଶାଇ ଭଗବାନଙ୍କୁ ସ୍ମରଣ କରି ମାସ ଯାକ ଏହି ପାଣିରେ ସ୍ନାନ କରନ୍ତୁ। ଏହା ଦ୍ୱାରା କରଜରୁ ମୁକ୍ତି ମିଳିଥାଏ।

Leave a comment