ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌

0

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌। ହ୍ବାଇଟ ହାଉସରୁ କାଗଜପତ୍ର ନେଇଥିବା ଅଭିଯୋଗରେ ତାଙ୍କ ଘରେ ଏହି ଚଢାଉ ହୋଇଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଫବିଆଇ ପକ୍ଷରୁ ଏହି ରେଡ୍‌ ହୋଇଛି । ଟ୍ରମ୍ପଙ୍କ ମାର ଏ ଲାଗୋ ସମ୍ପତ୍ତି ଉପରେ ଚଢାଉ ଜାରି ରହିଛି । ତାଙ୍କ ରିସର୍ଟ ଓ ଫାର୍ମ ହାଇସରେ ଏଫବିଆଇ ରେଡ କରିଛି । ସେପଟେ ବିନା ନୋଟିସରେ ଏହି ଚଢାଉ ହୋଇଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ ।

ଟ୍ବିଟ କରି ଟ୍ରମ୍ପ କହିଛନ୍ତି, ”ଦକ୍ଷିଣ ଫ୍ଲୋରିଡାର ତାଙ୍କ ମାର-ଏ-ଲାଗୋ ଇଷ୍ଟେଟ୍ ବର୍ତ୍ତମାନ ସିଜ କରାଯାଇ ଚଢାଇ ହୋଇଛି । ଏଫବିଆଇ ଗ୍ରୁପର ଏଜେଣ୍ଟମାନେ ଏହି ରେଡ୍‌ କରିଛନ୍ତି । ଆମେରିକାର ୪୫ତମ ରାଷ୍ଟ୍ରପତି ରହିଥିଲେ ଡୋନାଲ୍ଡ ଟ୍ରମ୍ପ ।” ଅଚାନକ ଚଢାଉ ନେଇ ଟ୍ରମ୍ପ କହିଛନ୍ତି ଏହା ଆମ ଦେଶ ପାଇଁ କଳା ସମୟ । ମୋ ସୁନ୍ଦର ଘର ମାର-ଏ-ଲାଗୋ ଉପରେ ରେଡ୍‌ ହୋଇଛି । ପୂର୍ବରୁ ଏପରି ଜଣେ ରାଷ୍ଟ୍ରପତିଙ୍କ ସହ କେବେ ହୋଇନାହିଁ । ସରକାରୀ ଏଜେନ୍ସି ସହ ସହଯୋଗ ଓ କାମ କରିବା ପରେ ବିନା ନୋଟିସରେ ମୋ ଘରେ ଚଢାଉ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଟ୍ରମ୍ପ ।

ସେ ଆହୁରି କହିଛନ୍ତି, “ଏହା ନ୍ୟାୟ ପ୍ରଣାଳୀର ଅସ୍ତ୍ର ଏବଂ ରେଡିକାଲ ଲେପ୍ଟ ଡେମୋକ୍ରାଟର ଆକ୍ରମଣ, ଯିଏକି ମୋତେ ୨୦୨୪ ରାଷ୍ଟ୍ରପତି ରେସରେ ଦେଖିବାକୁ ଚାହୁଁନାହାନ୍ତି । ଆମେରିକା ବର୍ତ୍ତମାନ ସେହି ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଛି, ଯେଉଁଠି ପୂର୍ବରୁ ଏପରି ଦୁର୍ନୀତି କେବେ ଦେଖିବାକୁ ମିଳିନାହିଁ । ମୁଁ ଆମେରିକା ଲୋକଙ୍କ ପାଇଁ ମୋର ଲଢେଇ ଜାରି ରଖିବି ।”

ପ୍ରକାଶ ଥାଉ କି, ୨୦୨୦ ନିର୍ବାଚନ ହାରିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହ ୧୫ଟି ସରକାରୀ ଦସ୍ତାବିଜ ବାକ୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହାସହ ୨୦୨୦ ନିର୍ବାଚନ ଫଳାଫଳରେ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିବା ନେଇ ଯାଞ୍ଚ କରାଯାଉଛି । ଏହାସହ ନ୍ୟୁୟର୍କରେ ଟ୍ରମ୍ପଙ୍କ ବ୍ୟବସାୟର ମଧ୍ୟ ଯାଞ୍ଚ ହେଉଛି ।

Leave a comment