ମଙ୍ଗଳବାର ଭୁଲରେ କରନ୍ତୁ ନାହିଁ ଏହି କାମ; ନହେଲେ ଘରକୁ ମାଡି ଆସିବ ଦରିଦ୍ରତା
ଶାସ୍ତ୍ରରେ ଦିନ ଓ ବାର ର ବିଶେଷ ମହତ୍ଵ ରହିଛି । ସପ୍ତାହର ଦିନ ଗୁଡିକରେ ଭଗବାନଙ୍କ ବାର ସହ ଯୋଡି ହୋଇ ରହିଥାଏ ଯାହାର ମହତ୍ଵ ଆମ ଶାସ୍ତ୍ରରେ ରହିଛି । ଏଥିପାଇଁ ସପ୍ତାହର ପ୍ରତେକ ଦିନରେ କିଛି ନା କିଛି ନିୟମ ରହିଛି ଯାହାର ପାଳନ କରିବା ଦ୍ଵାରା ଜୀବନରେ ପରିବର୍ତ୍ତନ ଆସିଥାଏ । ଶାସ୍ତ୍ରରେ ଯାହା ସବୁ ଲେଖା ଯାଇଛି ତାହା ଆମ ଜୀବନ ପାଇଁ ବହୁତ ଉପୋଯୋଗି ହୋଇଥାଏ । ତେଣୁ ବୟସ୍କ ଲୋକଙ୍କର ପ୍ରତେକ କଥାକୁ ମାନିବା ଉଚିତ । ଆଜି ଆମେ ଆପଣଙ୍କୁ ସପ୍ତାହର ଦିତୀୟ ଦିନ ମଙ୍ଗଳବାର ରେ କେଉଁ ଭୁଲ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।
ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ବାର ହୋଇଥାଏ ଯାହାର ବିଶେଷ ମହତ୍ଵ ରହିଥାଏ । ଏହି ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ନାଲି ମନ୍ଦାର ଓ ସିନ୍ଦୁର ଅର୍ପଣ କରିଲେ ମନସ୍କାମନା ପୁରା ହୋଇଥାଏ । ଏହି ଦିନ ହନୁମାନ ଚାଳିଶା ପାଠ କରିଲେ ସବୁ ଦୁଖ କଷ୍ଟ ଦୂର ହୋଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ନାକାରାତ୍ମକ ଊର୍ଜା ଦୂର ହୋଇଥାଏ । ଏହି ଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନାଲି ରଙ୍ଗର କପଡା ବା ବସ୍ତ୍ର ବ୍ୟବହାର କରନ୍ତୁ । ଭଗବାନ ହନୁମାନଙ୍କୁ ମଙ୍ଗଳବାର ଦିନ ଗୁଡ ବା ଚଣା ବା ପାନପତ୍ର ପ୍ରସାଦ ଚଢାନ୍ତୁ । ଯାହା ଦ୍ଵାରା ଶାରୀରିକ ବଳ ପ୍ରାପ୍ତ ହୋଇଥାଏ । ମଙ୍ଗଳ ଦୋଷ ଦୂର କରିବା ପାଇଁ ଏହି ଦିନ ମଙ୍ଗଳ ଚଣ୍ଡୀଙ୍କ ପୂଜା କରିବା ଦ୍ଵାରା ଏହା ଦୂର ହୋଇଥାଏ । ମଙ୍ଗଳବାର ବ୍ରତ ରେ ଗୋଟିଏ ସମୟ ଭୋଜନ କରି ସାତ୍ଵିକ ଭୋଜନ କରିବା ଉଚିତ । ଏହା ସହ ନାଲି ମସୁର ଡାଲି ଓ ଗୁଡ ଦାନ କରିବା ଉଚିତ । ଯାହା ଦ୍ଵାରା ଜୀବନରେ ଦରିଦ୍ରତା ଦୂର କରିଥାଏ । ଏମିତି ବି କିଛି କାମ ରହିଛି ଯାହା ମଙ୍ଗଳବାର ବାର ଦିନ କରିବା ଉଚିତ ନୁହେଁ । ସେଗୁଡିକ ହେଉଛି –
୧- କୌଣସି ଶୁଭ କାମ ବା ମହତ୍ଵ ପୂର୍ଣ୍ଣ କାମ ଆରମ୍ଭ କରିବା ପାଇଁ ମଙ୍ଗଳବାର ଦିନ ଉଚିତ ମାନାଯାଏ ନାହି । ଏଥିପାଇଁ ଏହି ଦିନ କୌଣସି ନୂଆ କାମ ଆରମ୍ଭ କରିବା ଉଚିତ ନୁହେଁ ।
୨- ମଙ୍ଗଳବାର ଦିନ ଦୂର ଯାତ୍ରା କରନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର ଯାତ୍ରା ରେ ଅନେକ ବାଧା ସୃଷ୍ଟି ହୋଇଥାଏ । ତେଣୁ ଏହି ଦିନ କୌଣସି ସ୍ଥାନ କୁ ଯାତ୍ରା କରିବା ଅଶୁଭ ମାନାଯାଏ । ଏହି ଦିନ ମହିଳାଙ୍କୁ ଶ୍ରୀଙ୍ଗାର ଜିନିଷ କିଣିବା ଅନୁଚିତ । ଏହି ଦିନ ଭୁଲରେ ବି ବିରି ଡାଲି ଖାଇବା ଅନୁଚିତ ।
୩- ମଙ୍ଗଳବାର ଦିନ କଳା ବସ୍ତ୍ର ଧାରଣ କରିବା ଅନୁଚିତ । ଏହି ଦିନ କ୍ଷୀର କିଣନ୍ତୁ ନାହି କି କ୍ଷୀରରେ ତିଆରି ଜିନିଷର ଖାଦ୍ୟ ଗ୍ରହଣ କରନ୍ତୁ ନାହି । ଏହି ଦିନ ଆମିଷ ଭୋଜନ କରିବା ଅନୁଚିତ ।