ସରକାରୀ ଛୁଟି ଦିନରେ ବି ଖୋଲା ରହିବ ଡାକଘର ; ଜାଣିଛନ୍ତି ଏହା ପଛର କାରଣ କ’ଣ ?

0

ଆସନ୍ତା ୧୫ ତାରିଖ ଯାଏଁ ସମସ୍ତ ସରକାରୀ ଛୁଟିଦିନ ସହ ସବୁଦିନ ଖୋଲା ରହିବ ଡାକଘର । ତେବେ ସ୍ୱାଧୀନତା ଦିବସ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନରେ ମଧ୍ୟ ଡାକଘର ଖୋଲା ରହିବ । ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକଘର ଖୋଲା ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଏହି ଗଣ ଅଭିଯାନକୁ ସମର୍ଥନ ଯୋଗାଇ ଦେବା ଲାଗି ସବୁ ଡେଲିଭରି ପୋଷ୍ଟ ଅଫିସ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଡାକଘର ଗୁଡ଼ିକ ସବୁଦିନ ଖୋଲା ରହିବ । ଡାକଘର ଗୁଡ଼ିକରେ ଅତି କମରେ ଗୋଟିଏ କାଉଣ୍ଟର ଜରିଆରେ ୭, ୯ ଏବଂ ୧୪ ଅଗଷ୍ଟ ୨୦୨୨ରେ ପଡ଼ୁଥିବା ସରକାରୀ ଛୁଟି ଦିବସରେ ଜାତୀୟ ପତାକା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସବୁ ଡେଲିଭରୀ ପୋଷ୍ଟ ଅଫିସରେ ଜାତୀୟ ପତାକା ବିତରଣ ନିମନ୍ତେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ ।

Leave a comment