ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ଭାଗ୍ୟ ପରୀକ୍ଷା ; ମାର୍ଗାରେଟ୍‍ ଆଲ୍‍ଭା ବନାମ ଜଗଦୀପ ଧନଖର

0

କିଏ ବାଜି ମରିବ ଉପରାଷ୍ଟ୍ରପତିର ତାଜ ? ଏ ନେଇ ଆସନ୍ତାକାଲି ହେବାକୁ ଯାଉଛି ନିର୍ବାଚନ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଉପରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ୍‍ ଆଲ୍‍ଭା ପ୍ରାର୍ଥୀ ହୋଇଛନ୍ତି।

ଆସନ୍ତାକାଲି ଭୋଟ୍‍ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍‍ ଗଣତି ହେବ। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ। ଏହାପରେ ଆସନ୍ତା ୧୧ ତାରିଖରେ ଦେଶର ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ଅନ୍ୟପଟେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଭୋଟ୍‌ରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର (ଏନ୍‍ଡିଏ) ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିଜୟ ନିଶ୍ଚିତ ମନେ ହେଉଛି । ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳଗୁଡିକରେ ମଧ୍ୟ ମତଭେଦ ସାମ୍ନାକୁ ଆସିଛି, କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଏହି ନିର୍ବାଚନର ମତଦାନ ପ୍ରକ୍ରିୟାରୁ ନିବୃତ୍ତ ରହିବାକୁ ଘୋଷଣା କରିଛନ୍ତି। ଯାହା ଫଳରେ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗାରେଟ୍‍ ଆଲ୍‍ଭା ଭୋଟ୍‌ ସଂଖ୍ୟା କମିଯିବ। ସଂସଦର ବର୍ତ୍ତମାନର ଶକ୍ତି ହେଉଛି ୭୮୮, ଯେଉଁଥିରୁ କେବଳ ବିଜେପିରେ ୩୯୪ ସାଂସଦ ଅଛନ୍ତି । ଜିତିବା ପାଇଁ ୩୯୦ ରୁ ଅଧିକ ଭୋଟ୍ ଆବଶ୍ୟକ।ତେଣୁ ଏନ୍‍ଡିଏ ପ୍ରାର୍ଥୀ ଜଗଦୀପ ଧନ୍‌ଖରଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ବୋଲି ମାନେ ହେଉଛି। ମାତ୍ର ଆସନ୍ତାକାଲି ଏ ନେଇ ଜଣାପଡିବ l

Leave a comment