ମିଳିତ ଜାତିସଂଘରେ ସ୍ଥାୟୀ ପ୍ରତିନିଧି ଭାବେ ଦାୟିତ୍ୱ ନେଲେ ଭାରତର ପ୍ରଥମ ମହିଳା ରୁଚିରା
ପୁଣି ବିଦେଶରେ ଇତିହାସ ରଚିଲେ ଭାରତୀୟ । ମିଳିତ ଜାତିସଂଘରେ ଭାରତର ନୂତନ ସ୍ଥାୟୀ ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ କୂଟନୀତିଜ୍ଞ ରୁଚିରା କାମ୍ବୋଜ ଜାତିସଂଘର ମହାସଚିବ ଜେନେରାଲ ଆଣ୍ଟୋନିଓ ଗୁଟେରେସଙ୍କ ନିକଟରେ ନିଜର କାଗଜ ପତ୍ର ଦାଖଲ କରିଛନ୍ତି ।
ସେ ଏହି ସୂଚନା ନିଜ ସୋସିଆଲ ମିଡିଆରେ ଟ୍ୱିଟ ଯୋଗେ ପ୍ରଦାନ କରିଛନ୍ତି । ଏହା ସହିତ ସେ ସମସ୍ତ ଝିଅ ମାନଙ୍କ ପାଇଁ ଏକ ବାର୍ତ୍ତାଲେଖିଛନ୍ତି । ସେ କହିଛନ୍ତି କିଛି ଅସମ୍ଭବ ନୁହେଁ ଆମେ ସମସ୍ତେ କରି ପାରିବା । ନ୍ୟୁୟର୍କରେ ଥିବା ଜାତିସଂଘର ମୁଖ୍ୟକାର୍ୟ୍ୟାଳୟରେ ପ୍ରତିନିଧି ଭାବେ ଦାଇତ୍ୱ ଗ୍ରହଣ କରିବାରେ ରୁଚିରା ହେଉଛନ୍ତି ଭାରତର ପ୍ରଥମ ମହିଳା ।
ତେବେ ଏହି ରୁଚିରା କିଏ, ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ । ୧୯୮୭ ବ୍ୟାଚର ଫରେନ ସର୍ଭିସ ଅଫିସର ହେଉଛନ୍ତି ରୁଚିରା । ୫୮ ବର୍ଷୀୟ ରୁଚିରା ଏହା ପୂର୍ବରୁ ଭୁଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ୟ୍ୟଭାର ସମ୍ଭାଳୁଥିଲେ । ସେ ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଟି ଏସ ତିରୁମୂର୍ତ୍ତିଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଏବଂ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଯେ ଏହି କାର୍ୟ୍ୟଭାର ସମ୍ଭାଳିବେ ।