ଡେଙ୍ଗୁ ଓ କରୋନା ପାଇଁ ସଚେତନତାର ବାର୍ତ୍ତା ଦେଲେ ଭୁବନେଶ୍ୱର ମେୟର

0

ବର୍ତ୍ତମାନ ବର୍ଷା ଦିନ ଚାଲିଛି । ବିଭିନ୍ନ ସ୍ଥାନରେ ପାଣି ଜମିବା କାରଣରୁ ଡେଙ୍ଗୁ ଆଶଙ୍କା ବୃଦ୍ଧି ପାଉଛି । ରାଜଧାନୀ ଭୁବନେଶ୍ବରରେ ଏବେ ବି ଡେଙ୍ଗୁ ପାଦୁର୍ଭାବ ରହିଛି । ତେଣୁ ଡେଙ୍ଗୁ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି, ”ଡେଙ୍ଗୁର ନିରାକରଣ ପାଇଁ ବିଏମସି ପକ୍ଷରୁ ଧୂଆଁ ଓ ତେଲ ସିଞ୍ଚନ ହେଉଛି । ଡୋର ଟୁ ଡୋର ଯାଇ ଲୋକଙ୍କୁ ସଚେତନ କରାଯାଉଛି । ଏହାସହିତ ପରିମଳ ବା ସଫେଇ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।”

କେବଳ ଏତିକି ନୁହେଁ, ଗୁରୁବାର ଓ ରବିବାର ଦୁଇ ଦିନ ଡେଙ୍ଗୁର ବଂଶ ବିସ୍ତାର ରୋକିବା ପାଇଁ ଡ୍ରାଏ ଡେ ପାଳନ କରାଯାଉଛି । ତଥାପି କେଉଁଠି ନା କେଉଁଠି ପରିମଳରେ କମ ରହୁଛି ସମ୍ପୂର୍ଣ୍ଣ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ସହ ଡ୍ରାଏ ପାଳନ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର । ଆମେ ରହିଲେ ସଚେତନ, ଡେଙ୍ଗୁ ନେବା ନାହିଁ ଆମ ଜୀବନ ବୋଲି ମେୟର କହିଛନ୍ତି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ପ୍ରତିଦିନ ଏକ ହଜାରରୁ ଅଧିକ ପଜିଟିଭ ମାମଲା ଚିହ୍ନଟ ହେଉଛି । ପ୍ରତିଦିନ ସଂକ୍ରମଣ ବଢୁଥିବାରୁ ଏ ବାବଦରେ ଲୋକଙ୍କୁ ସଚେତନ କରିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି, ଭୁବନେଶ୍ବରରେ କରୋନା ସଂପୂର୍ଣ୍ଣ ଯାଇନି । ତେଣୁ ଯିଏ ଯେତେ ସଚେତନ ରହିବ ସେ ସେତେ କୋରୋନାଙ୍କୁ ଜିତିପାରିବ । ଲୋକମାନେ ନିଜେ ସଚେତନ ହେବ ସହ କଟକଣା ମାନନ୍ତୁ । କୋରୋନାର ତିନୋଟିଯାକ ଡୋଜ ନିଅନ୍ତୁ । ମଲ୍ ସମେତ ସମସ୍ତ ହସ୍ପିଟାଲରେ ବୁଷ୍ଟର ଡୋଜ୍ ମହଜୁଦ ଅଛି । ତେଣୁ ଯଥାଶୀଘ୍ର ନିଜର ବୁଷ୍ଟର ଡୋଜ ନେବାକୁ ମେୟର ଅପିଲ୍ କରିଛନ୍ତି । ଏହାସହ ବିଶେଷ ଭାବେ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସଚେତନତା ରହିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ଏବଂ ସମସ୍ତଙ୍କର ସୁସ୍ଥତା କାମନା କରିଛନ୍ତି ।

Leave a comment