ବିଜେଡ଼ି ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଛାତ୍ର- ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ହେଲା ବନ୍ଧୁତ୍ବପୂର୍ଣ୍ଣ ଉଦଘାଟନୀ ଫୁଟବଲ୍ ମ୍ୟାଚ୍

ବିଧାୟକ ଏକାଦଶ ଏବଂ ଯୁବ- ଛାତ୍ର ଏକାଦଶ ମଧ୍ୟରେ ଆୟୋଜିତ ମ୍ୟାଚରେ ବିଧାୟକ ଏକାଦଶ ବିଜୟୀ

0

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଛାତ୍ର-ଯୁବ ଜନତା ଦଳ ପକ୍ଷରୁ ଯୁବ ସଭାପତି ବ୍ୟୋମୋକେଶ ରାୟ ଏବଂ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ଉଦଘାଟନୀ ମ୍ୟାଚ ଆୟୋଜନ କରାଯାଇଥିଲା। ଏହି ଫୁଟବଲ୍ ମ୍ୟାଚଟି ବିଜୁ ଜନତା ଦଳର ବିଧାୟକ ଏକାଦଶ ଏବଂ ଯୁବ- ଛାତ୍ର ଏକାଦଶ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଉଦ୍ଘାଟନ କରିଥିଲେ।ଏହି ଅବସରରେ ବିଧାୟକ ଏକାଦଶ ଯୁବ- ଛାତ୍ର ଏକାଦଶଙ୍କୁ ୨ -୧ ରେ ପରାସ୍ତ କରିଥିଲେ। ଏହି ମ୍ୟାଚରେ ବିଧାୟକ ଏକାଦଶର ଅଧିନାୟକ ଭାବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦାୟିତ୍ଵ ତୁଲାଇଥିବା ବେଳେ ଯୁବ- ଛାତ୍ର ଏକାଦଶ ର ଅଧିନାୟକ ଭାବରେ ଡ. ବ୍ୟୋମୋକେଶ ରାୟ ଦାୟିତ୍ଵ ତୁଲାଇଥିଲେ। ତତ୍ ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ପ୍ରତେକ ବ୍ଲକ ଏବଂ ୱାର୍ଡ ସ୍ତରରେ ମଧ୍ୟ ଫୁଟବଲ ମ୍ୟାଚ ଆୟୋଜନ କରାଯିବ ବୋଲି ଯୁବ ଛାତ୍ର ବିଜେଡ଼ି ପକ୍ଷରୁ ପ୍ରତିକ୍ରିୟା ମିଳିଛି।

ଏହି ମ୍ୟାଚ୍ ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ବିଧାୟକ ଏକାଦଶ ଏବଂ ଛାତ୍ର ଯୁବ ଏକାଦଶଙ୍କ ଉଭୟ ଦଳର ସମସ୍ତ ଖେଳାଳି ଖୁବ୍ ଭଲ ପ୍ରଦର୍ଶନ କରିଥିଲେ।ମ୍ୟାଚରେ ପ୍ରଥମାର୍ଦ୍ଧରେ ଉଭୟ ଦଳ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ ହୋଇଥିବା ବେଳେ ମ୍ୟାଚର ଦ୍ଵିତୀୟଆର୍ଦ୍ଧରେ ବିଧାୟକ ଏକାଦଶ ଆଉ ଏକ ଗୋଲ କରି ମ୍ୟାଚଟିକୁ ୨-୧ ଗୋଲରେ ଜିତିଯାଇଥିଲା । ଏହି ମ୍ୟାଚରେ ବିଧାୟକ ଏକାଦଶ ପକ୍ଷରୁ ଡ. ଅରୁଣ ସାହୁ ଏବଂ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗୋଟିଏ ଲେଖାଏଁ ଗୋଲ କରିଥିବା ବେଳେ ଛାତ୍ର ଯୁବ ଏକାଦଶ ପକ୍ଷରୁ ସ୍ମୃତି ନାୟକ ଗୋଟିଏ ଗୋଲ କରିଥିଲେ।

ଏହି ଅବସରରେ ବିଜୁ ଜନତା ଦଳର ସାଧାରଣ ସଂପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ପ୍ରତାପ ଦେବ, ତୁଷାରକାନ୍ତି ବେହେରା, ଅଶ୍ୱିନୀ ପାତ୍ର, ସମେତ ମାନ୍ୟବର ବିଧାୟକ ଅରୁଣ ସାହୁ, ଦିବ୍ୟ ଶଙ୍କର ମିଶ୍ର,ପ୍ରଫୁଲ୍ଲ ସାମଲ, ସୁଶାନ୍ତ ରାଉତ, ଧ୍ରୁବ ସାହୁ, ସଞ୍ଜୀବ ମଲିକ, ପ୍ରଶାନ୍ତ ବେହେରା, ସୁଧୀର ସାମଲ, ଜଗନ୍ନାଥ ନାୟକ, ଜ୍ୟୋତିନ୍ଦ୍ର୍ ନାଥ ମିଶ୍ର, ରାଜେନ୍ଦ୍ର ସାହୁ, ଭାଗିରଥୀ ସେଠୀ, ଚନ୍ଦ୍ରମଣି କଅର, ସ୍ୱରୂପ ଦାସ, ଦେବେଶ ଅାଚାର୍ଯ୍ୟ, ବିଷ୍ଣୁଦତ ରାଉତରାୟ, ସ୍ନେହାଗିନ୍ ଛୁରିଆ,ରୁଦ୍ର ପ୍ରତାପ ମହାରଥୀ, କିଶୋର ନାୟକ, ସୌଭିକ ବିଶ୍ଵାଳ ପ୍ରମୁଖ ଅନେକ ବିଧାୟକ ଉପସ୍ଥିତ ରହିବା ସହ ଖେଳରେ ଯୋଗଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଜୁ ଯୁବ – ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା ସମେତ ସମସ୍ତ ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a comment