ଏହି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ଉପରେ ପଡେ ଶନିଦେବଙ୍କ କୃପା

0

ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ସେ ଲୋକଙ୍କୁ ସେମାନଙ୍କର କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି। ଶନି ଗ୍ରହ କ୍ରୋଧିତ ହେଲେ କୋପ ଦୃଷ୍ଟି ରଖିଥାନ୍ତି ଏବଂ ପ୍ରସନ୍ନ ହେଲେ ସବୁ ମନସ୍କାମନା ପୂରଣ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ବିଶେଷ ତାରିଖରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ଉପରେ ଭଗବାନ ଶନିଦେବଙ୍କର କୃପା ଦୃଷ୍ଟି ରହିଥାଏ।

କହିବାକୁ ଗଲେ ଜ୍ୟୋତିଷ ଶାସ୍ତ୍ରରେ ଅଙ୍କ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି। ତେଣୁ ଆପଣ ଯେଉଁ ତାରିଖରେ ଜନ୍ମ ଗ୍ରହଣ କରିବେ, ସେହି ସମୟରେ ଗ୍ରହ ମାନଙ୍କର ସ୍ଥିତି ଆପଣଙ୍କ ଉପରେ ବିଶେଷ ରହିବାକୁ ଯାଉଛି। ଆଜି ଆମେ ଆପଣ ମାନଙ୍କୁ ତିନୋଟି ତାରିଖ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କ ଜନ୍ମ ତାରିଖ ସାମିଲ ରହିଥିଲେ, ବୁଝି ଯାଆନ୍ତୁ କି ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ତେବେ ଆସନ୍ତୁ ସେହି ତାରିଖ ବିଷୟରେ ଜାଣିବା:

ଅଙ୍କ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଜନ୍ମ ତିଥିର ମୂଳାଙ୍କ ୮ ଅଟେ, ତାହେଲେ ଆପଣଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି ରହିବ। ମୂଳାଙ୍କ ୮ ରେ ୮, ୧୭,୨୬ ତାରିଖରେ ପଡ଼ିଥାଏ। ଏହି ତିନୋଟି ତାରିଖରେ ଜନ୍ମ ନେଇଥିବା ଲୋକଙ୍କ ଉପରେ ଶନିଦେବଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣଙ୍କର ଜନ୍ମ ତାରିଖ ଏହି ତାରିଖ ଗୁଡ଼ିକ ମଧ୍ୟରେ ନାହିଁ, ତାହେଲେ ଆପଣ କିଛି ବିଶେଷ ଉପାୟ କରି ପାରିବେ। ଆପଣ ପ୍ରତ୍ୟେକ ଶନିବାର ଦିନ ଶନି ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ ଏବଂ କଳା ତିଳ ଓ ଦୀପ ଅର୍ପଣ କରନ୍ତୁ। ଏହାସହିତ କଳା ବସ୍ତ୍ର ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ସୁଫଳ ମିଳିବ।

Leave a comment