ଦ୍ରୌପଦୀ ମୁର୍ମୁଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

0

ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ତରଫରୁ ଶୁଭେଚ୍ଛା ଜଣାଇଲେ ନବୀନ । ଏ ନେଇ ସେ କହିଛନ୍ତି ଯେ, ଜଣେ ଓଡ଼ିଆ ହିସାବରେ ସଫଳତା ପାଇଥିବା ନେଇ ଆମେ ଗର୍ବୀତ ।

ସୂଚନା ଥାଉକି ରାଷ୍ଟ୍ରପତି ଭାବେ ଆସନ୍ତା ଜୁଲାଇ ୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି । କଥା ହେବା ସମୟରେ ଶପଥ ଗ୍ରହଣରେ ଯୋଗଦେବାକୁ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଜୁଲାଇ ୨୩ ରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।

Leave a comment