ସ୍ନାନ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ

0

ହିନ୍ଦୁ ଧର୍ମ ଅନୁସାରେ ଏଭଳି କୁହାଯାଇଛି କି ଯେଉଁ ଲୋକ ସ୍ନାନ କରିବାରେ ଉଚିତ ଢଙ୍ଗ ଜାଣିନାହିଁ ବା କେବେ କେବେ କିଛି ଲୋକେ ଏଭଳି କଥାରୁ ଅଜଣା ଥାନ୍ତି ଏବଂ ସ୍ନାନ କରିବା ପରେ ତାଙ୍କୁ ଜଣା ପଡିଥାଏ, ତାପରେ ଅନୁତାପ କରନ୍ତି। ଆସନ୍ତୁ ଜାଣିବା ଏଭଳି କଣ କଣ ନିୟମ ରହିଛି ଯାହାକୁ ଆମକୁ ଆପଣେଇବା ପାଇଁ ପଡ଼ିବ।

ସ୍ନାନ କରିବାର ଉତ୍ତମ କୌଶଳ –
ବିଷ୍ଣୁ ପୁରାଣରେ କୁହାଯାଇଛି କି ଯେବେ ଜାଣେ ସ୍ତ୍ରୀ ସମ୍ପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରେ, ଯାହା ଭୁଲ ବୋଲି ମାନା ଯାଇଥାଏ। ଏଭଳି କୁହାଯାଏ କି ସ୍ତ୍ରୀର କପଡା ରୁ ଝରୁଥିବା ଜଳ ତାର ପିତୃ ଗ୍ରହଣ କରିଥାନ୍ତି। ଏଥିରେ ପିତୃ ତୃପ୍ତ ହୋଇଥାନ୍ତି। ଏଥିପାଇଁ ସ୍ନାନ କରିବା ସମୟରେ କେବେ ବସ୍ତ୍ର ସମ୍ପୂର୍ଣ୍ଣ ବାହାର କରନ୍ତୁ ନାହିଁ। ଏଭଳି କରନ୍ତୁ ନାହିଁ, ପିତୃ ପୁରୁଷ କ୍ରୋଧିତ ହୋଇ ଯାଆନ୍ତି। ଯାହାଫଳରେ ଲୋକଙ୍କୁ ପିତୃ ଦୋଷ ଲାଗିଯାଏ।

ସ୍ନାନ ପରେ କଣ ସେହି ଜରୁରୀ କଥା –
ଅନେକ ଲୋକଙ୍କ ସ୍ନାନ କରିବାର ପ୍ରକିୟା ଅଲଗା ପ୍ରକାରର ହୋଇଥାଏ। କେବେ କେବେ ଲୋକେ ଦିନରେ ତିନି ଚାରିଥର ଗାଧୋଇ ଥାନ୍ତି। ସ୍ନାନ କରିବା ଉଚିତ, କିନ୍ତୁ ସ୍ନାନ କରିବାର ଏକ ସମୟ ରହିଛି। ଏଭଳି ବହୁତ ଭୁଲ ରହିଛି , ଯାହାକୁ ଆମେ ଅଣଦେଖା କରିଥାଉ। ଗାଧୋଇବା ପରେ ଲୋକେ ପ୍ରତ୍ୟହ ଓଦା ଟାୱେଲ କୁ ଘୋଡେଇ ହୋଇ ଯାଆନ୍ତି, ଯାହାକି ଏଭଳି କରିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଆମ ଚୁଟି ଦୁର୍ବଳ ହୋଇ ଯାଇଥାଏ ଏବଂ ଝଡିବାକୁ ଲାଗେ।

ସ୍ନାନ କରି ସାରିବା ପରେ ଲୋକେ ସର୍ବଦା ଗାଧୋଇବା ବେଳେ ଦେହ ଘଷିବା ପାଇଁ ଯେଉଁ ବସ୍ତୁ , ତାକୁ ଖୋଲା ଛାଡି ଦେଇଥାନ୍ତି। ଏହାଦ୍ବାରା ବ୍ୟାକ୍ଟେରିଆ ଇଁଫେକ୍ସନ ହେବାର ସମ୍ଭାବନା ଅଧିକ ରହିଥାଏ। ତାହା ଓଦା ରହିଲେ ସୁବିଧାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି। ସନ୍ଧ୍ୟା ସମୟରେ କେବେ ସ୍ନାନ କରିବା ଉଚିତ ନୁହେଁ। ଏଥିରେ ସ୍ତ୍ରୀ ମାନଙ୍କର ପତିବ୍ରତା ଦୋଷ ଲାଗିଯାଏ।

ସ୍ନାନ କରିବାର ଉଚିତ ସମୟ –
ସ୍ନାନ ସର୍ବଦା ସୂର୍ଯ୍ୟୋଦୟ ପୂର୍ବରୁ କରିବା ଉଚିତ। ଯଦି ତାପୂର୍ବରୁ ତେଲରେ ନିଜ ଶରୀର ମାଲିଶ କରିବେ ତାହେଲେ ଉତ୍ତମ ରହିବ। ମାଲିଶ କରିବାର ଅଧଘଣ୍ଟା ପରେ ସ୍ନାନ କରନ୍ତୁ।ସ୍ନାନ କରିବା ସମୟରେ ସ୍ତୋତ୍ର ପାଠ ବା କୀର୍ତ୍ତନ ବା ଭଗବାନଙ୍କ ନାମ ଜପ କରିବା ଉଚିତ। ସ୍ନାନ କରିବା ସମୟରେ ମୁଣ୍ଡ ଉପରେ ପାଣି ଢ଼ାଳନ୍ତୁ। ଶରୀରର ଉପର ଭାଗରୁ ପାଣି ପାଦ ପର୍ଯ୍ୟନ୍ତ ବାହାରି ଯିବ। ସର୍ବଦା ଅଳ୍ପ ଗରମ ଥିବା ପାଣିରେ ସ୍ନାନ କରିବା ଦ୍ୱାରା ଶକ୍ତି ବଢ଼ିଥାଏ। କିନ୍ତୁ ମୁଣ୍ଡ ଉପରେ ଗରମ ପାଣି ଢ଼ାଳି ସ୍ନାନ କରିବା ଦ୍ୱାରା ନେତ୍ର ଶକ୍ତିରେ ହାନୀ ପହଞ୍ଚି ଥାଏ।

Leave a comment